କନକ ବ୍ୟୁରୋ :  ସୁଇଜରଲ୍ୟାଣ୍ଡର ଜେନେଭାରେ ଆଜିଠାରୁ ଆରମ୍ଭ ହୋଇଛି ଆମେରିକା ଏବଂ ଇରାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରମାଣୁ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ । ଓମାନର ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଆରାଘଚି ଏବଂ ଆମେରିକାର ପ୍ରତିନିଧି ଦଳ ସାମିଲ ହୋଇଛନ୍ତି। ପରମାଣୁ କାର୍ଯ୍ୟକ୍ରମକୁ  ସୀମିତ ରଖିବା ଏବଂ ଇରାନ ଉପରୁ ଆର୍ଥିକ କଟକଣା ହଟାଇବା ନେଇ ଏହି ବୈଠକରେ ମୁଖ୍ୟତଃ ଚର୍ଚ୍ଚା କରାଯାଉଛି।

Advertisment

  ଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର  ବୋମା ଅର୍ଡର କରିଛି। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ବଙ୍କର୍ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏହି ବୋମାଗୁଡ଼ିକ ଭୂଗର୍ଭରେ ପ୍ରବେଶ କରି ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାର କ୍ଷମତା ରହିଛି। ଜିବିୟୁ-୫୭କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା ବୋଲି ବିବେଚନା କରାଯାଇଥାଏ। ଏହାକୁ ବି-୨ ସ୍ପିରିଟ୍ ବମରରୁ ପକାଯାଇଥାଏ। ଇସ୍ରାଏଲୀ ଗଣମାଧ୍ୟମ ଅନୁଯାୟୀ, ଆମେରିକାର ବାୟୁସେନା କହିଛି, ଅପରେସନ ମିଡନାଇଟ୍ ହାମର୍ ୨୧ ଜୁନ୍ ୨୦୨୫ରେ ସମୟରେ ଆମର ଖାଲି ହୋଇଥିବା ଜିବିୟୁ-୫୭ ବୋମା ଭଣ୍ଡାରକୁ ପୂରଣ କରିବା ପାଇଁ ବୋଇଂକୁ ଏକ ଚୁକ୍ତିନାମା ପ୍ରଦାନ କରିଛୁ । ଏହି ଖବର ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆସିଛି। ଯାହା ଇରାନ ଉପରେ ଆଉ ଏକ ବଡ଼ ଆକ୍ରମଣର ଆଶଙ୍କା ସୃଷ୍ଟି କରିଛି। ଗତ ଜୁନ୍ ମାସରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ସମୟରେ ଆମେରିକା ତେହେରାନର ପରମାଣୁ ସ୍ଥଳ ଉପରେ ଏହି ବୋମା ପକାଇଥିଲା। ଏହି ବୋମାଗୁଡ଼ିକ ଇରାନରେ ଫୋର୍ଡୋ ପରମାଣୁ ପ୍ରତିଷ୍ଠାନ ଏବଂ ଶହ ଶହ ଫୁଟ ତଳେ ଅବସ୍ଥିତ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ ଥିଲା 

ଅଧିକ ପଢ଼ନ୍ତୁ : ଭାରତ ଆମେରିକା ବାଣିଜ୍ୟ ଚୁକ୍ତି, ସରକାରଙ୍କୁ ୫ ଟି ପ୍ରଶ୍ନ ମାଧ୍ୟମରେ ଘେରିଲେ ରାହୁଲ ଗାନ୍ଧୀ

  • ପରମାଣୁ କାର୍ଯ୍ୟକ୍ରମ  ଏବଂ କଟକଣା ହଟାଇବା ପ୍ରସଙ୍ଗରେ ଆମେରିକା ସହ ଆଲୋଚନା ପାଇଁ ଇରାନ ବିଦେଶ ମନ୍ତ୍ରୀ ଜେନେଭାରେ 
  • ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଇରାନର ସମ୍ପର୍କ ସୁଧାରିବା ଉପରେ ଗୁରୁତ୍ୱ ଦିଆଯାଉଛି
  • ଆଲୋଚନା ସମୟରେ ଇରାନର ରିଭୋଲ୍ୟୁସନାର ଗାର୍ଡସ ହର୍ମୁଜ ପ୍ରଣାଳୀରେ ବୃହତ ସମରଭ୍ୟାସ ଆରମ୍ଭ କରିଛି


ଇରାନ-ଆମେରିକାର ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନାରେ ପରମାଣୁ ପ୍ରସଙ୍ଗ, ପ୍ରତିବନ୍ଧକ ଉଠାଇବା ଏବଂ ଯେକୌଣସି ବୁଝାମଣାର ଢାଞ୍ଚା ଉପରେ ଇରାନ ତାର ମତାମତ ଆମେରିକାକୁ ଜଣାଇଛି। ଇରାନ କହୁଛି ତୁରନ୍ତ ଉଠାଯାଉ ପ୍ରତିବନ୍ଧକ ।ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ପରମାଣୁ ସମ୍ବନ୍ଧୀୟ ପ୍ରସଙ୍ଗ ବୋଲି ଇରାନ୍‌ ବୈଦେଶିକ ମୁଖପାତ୍ର କହିଛନ୍ତି