ଆମେରିକା ଯାଉଥିଲେ ସାବଧାନ, ବଢୁଛି ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା ଘଟଣା

ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା । ମୋଟେଲ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା ।

ଆମେରିକାକୁ ସାବଧାନ !

ଆମେରିକାକୁ ସାବଧାନ ! Photograph: (KanakNews)

କନକ ବ୍ୟୁରୋ: ଆମେରିକା ଯାଉଥିଲେ ସାବଧାନ ! ଆମେରିକାରେ ରହୁଥିଲେ ବି ସାବଧାନ ! କାରଣ ଆମେରିକାରେ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭଙ୍କୁ ହତ୍ୟା ଘଟଣା ବଢ଼ିବାରେ ଲାଗିଛି । ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ହତ୍ୟାର ଶିକାର ହୋଇଛନ୍ତି । ପିଟ୍‌ସବର୍ଗରେ ଜଣେ ଭାରତୀୟ ବଂଶୋଦ୍ଭବ ରାକେଶ ଏହାଗବାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ସେଠାରେ ସେ ଏକ ମୋଟେଲ ମ୍ୟାନେଜର ଭାବେ କାମ କରୁଥିଲେ । 

ସିସିଟିଭି କ୍ୟାମେରାରେ ହତ୍ୟାର ଦୃଶ୍ୟ କଏଦ ହୋଇଛି। ଅଭିଯୁକ୍ତ  ଷ୍ଟେନ୍‌ଲି ଇଉଜେନ ୱେଷ୍ଟ  ଏବଂ ଜଣେ ମହିଳାଙ୍କ ମଧ୍ୟରେ ବିବାଦରେ ହସ୍ତକ୍ଷେପ କରିବାକୁ ଯାଇଥିବା ବେଳେ ରାକେଶ ହତ୍ୟାର ଶିକାର ହୋଇଛନ୍ତି ।  ସମ୍ପୃକ୍ତ ମହିଳାଙ୍କ ଉପରକୁ ମଧ୍ୟ ଅଭିଯୁକ୍ତ ଷ୍ଟେନ୍‌ଲି ଇଉଜେନ ୱେଷ୍ଟ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ୱେଷ୍ଟ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ୱେଷ୍ଟ ଓ ତା‘ ଗୁଳିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe