କନକ ବ୍ୟୁରୋ: ଆମେରିକା ଯାଉଥିଲେ ସାବଧାନ ! ଆମେରିକାରେ ରହୁଥିଲେ ବି ସାବଧାନ ! କାରଣ ଆମେରିକାରେ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭଙ୍କୁ ହତ୍ୟା ଘଟଣା ବଢ଼ିବାରେ ଲାଗିଛି । ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ହତ୍ୟାର ଶିକାର ହୋଇଛନ୍ତି । ପିଟ୍ସବର୍ଗରେ ଜଣେ ଭାରତୀୟ ବଂଶୋଦ୍ଭବ ରାକେଶ ଏହାଗବାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ସେଠାରେ ସେ ଏକ ମୋଟେଲ ମ୍ୟାନେଜର ଭାବେ କାମ କରୁଥିଲେ ।
ସିସିଟିଭି କ୍ୟାମେରାରେ ହତ୍ୟାର ଦୃଶ୍ୟ କଏଦ ହୋଇଛି। ଅଭିଯୁକ୍ତ ଷ୍ଟେନ୍ଲି ଇଉଜେନ ୱେଷ୍ଟ ଏବଂ ଜଣେ ମହିଳାଙ୍କ ମଧ୍ୟରେ ବିବାଦରେ ହସ୍ତକ୍ଷେପ କରିବାକୁ ଯାଇଥିବା ବେଳେ ରାକେଶ ହତ୍ୟାର ଶିକାର ହୋଇଛନ୍ତି । ସମ୍ପୃକ୍ତ ମହିଳାଙ୍କ ଉପରକୁ ମଧ୍ୟ ଅଭିଯୁକ୍ତ ଷ୍ଟେନ୍ଲି ଇଉଜେନ ୱେଷ୍ଟ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ୱେଷ୍ଟ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ୱେଷ୍ଟ ଓ ତା‘ ଗୁଳିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/06/us-2025-10-06-14-48-11.jpg)