କନକବ୍ୟୁରୋ : ସୁଧୁରୁଛି ଭାରତ ଓ ଚୀନ୍ ସମ୍ପର୍କ । ଆମେରିକାକୁ ଜବାବ ଦେବାକୁ ଏକାଠି ହେଲେଣି ଏସିଆର ଏହି ଦୁଇ ସବୁଠୁ ଶକ୍ତିଶାଳୀ ଦେଶ । ଚୀନର ତିଆଜିନ ସହରରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ଅବସରରେ ଚୀନ୍ ରାଷ୍ଟ୍ରପତି ସି -ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସାକ୍ଷାତ  ହୋଇଛି ।  

Advertisment

ଗଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଯେଉଁ ତିକ୍ତତା ଆସିଥିଲା, ଧୀରେ ଧିରେ ଏଥିରେ ସୁଧାର ଆସିଥିବାର ଏହା ପ୍ରମାଣ ଦେଇଛି । ଉଭୟ ନେତାଙ୍କ ମଧ୍ୟରେ ୫୦ ମିନିଟ୍ ଧରି ବୈଠକ ବସିଥିଲା । ଏହି ସାକ୍ଷାତ ଅବସରରେ ଉଭୟ ଦେଶ କିଛି ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇଛନ୍ତି। ସେପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।