କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭାରତ ଉପରେ ଲାଗିବ ଅତିରିକ୍ତ ୨୫% ଶୁଳ୍କ । ଏନେଇ ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ଟ୍ରମ୍ପ ପ୍ରଶାସନ । ୨୭ ତାରିଖରୁ ଅତିରିକ୍ତ ଶୁଳ୍କ ଲଗାଇବାକୁ ତାରିଖ ଧାର୍ଯ୍ୟ କରିଥିଲା ଆମେରିକା । ଯାହାର କଣ୍ଟ ଆଜି ଶେଷ ହେବ । ଋଷଠାରୁ ତେଲ କିଣିବା ହେତୁ ଭାରତ ଉପରେ ଏଭଳି ଅତିରିକ୍ତ ଶୁଳ୍କ ଲଗାଇଥିବା କହିଛି ଆମେରିକା । 

Advertisment

ଋଷଠାରୁ ଭାରତ ତେଲ କିଣି ପରୋକ୍ଷରେ ୟୁକ୍ରେନ ସହ ଯୁଦ୍ଧରେ ଋଷକୁ ଭାରତ ସହାୟତା କରୁଥିବା ଅଭିଯୋଗ କରୁଛି ଆମେରିକା । ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ ଲଗାଇଥିଲେ ଟ୍ରମ୍ପ । ଅତିରିକ୍ତ ୨୫% ଶୁଳ୍କ ଲାଗିବା ପରେ କିଛି ଭାରତୀୟ ଉତ୍ପାଦ ଉପରେ ଏବେ ଶୁଳ୍କ ୫୦%ରେ ପହଞ୍ଚିଛି । ଆମେରିକାର ଏଭଳି ଶୁଳ୍କ ଲାଗୁକୁ ଅନ୍ୟାୟଯୁକ୍ତ ବୋଲି କହିଛି ଭାରତୀୟ ବୈଦଶିକ ମନ୍ତ୍ରାଳୟ । ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ ଭାରତ ଋଷଠାରୁ ତେଲ କିଣୁଛି । ପୂର୍ବରୁ ଆମେରିକା ଏଥିପାଇଁ ଭାରତକୁ ପୋତ୍ସାହିତ କରୁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି, ଭାରତ ସରକାର କାହାର  ଆର୍ଥିକ ଚାପ ଆଗରେ ମୁଣ୍ଡ ନନୁଆଁଇ ବିକଳ୍ପ ରାସ୍ତା ବାହାର କରିବ ।