କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଭାରତର ବଡ଼ବଡ଼ ସହରକୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରିଛି ଶତ୍ରୁସେନା । ଏହି ସମସ୍ତ ପ୍ରଚେଷ୍ଟାକୁ ମାତ୍‌ ଦେଇଛି ଭାରତୀୟ ସେନା ।  ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ଏହାରି ମଧ୍ୟରେ ପାକିସ୍ତାନରେ ଥିବା ସମସ୍ତ ଆମେରିକୀୟଙ୍କ ପାଇଁ ଆଡଭାଜରି ଜାରି କରିଛି ଆମେରିକା । ଲାହୋର ସମେତ ଅନ୍ୟ ସ୍ଥାନରେ ଥିବା ଆମେରିକୀୟମାନଙ୍କୁ ତୁରନ୍ତ ଦେଶକୁ ଫେରି ଆସିବାକୁ କିମ୍ବା ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଥରହର ହୋଇ ଉଠିଛି । ଭାରତର ସମୁଦାୟ ୧୫ଟି ସହରକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ । ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା ଓ ଭଟିଣ୍ଡା ଉପରେ ମିସାଇଲ ପକାଇବାକୁ ଯୋଜନା କରିଥିଲା ।  ଗୋଟିଏ ପରେ ଗୋଟିଏ ମିସାଇଲ ମାଡ଼ କରିବାକୁ ଚେଷ୍ଟା କରିଥିଲା । ଆକାଶରେ ହିଁ ପାକିସ୍ତାନର ସବୁ ମିସାଇଲକୁ ଧ୍ୱଂସ କରି ଦେଇଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ୍‌-୪୦୦ । ପ୍ରତିଆକ୍ରମଣରେ ଲାହୋରରେ ଡ୍ରୋନ୍‌ ଆଟାକ୍‌ କରିଥିଲା ଭାରତ । ଏହାପରେ ପାକ୍‌ ସେନା ଥରହର ହୋଇ ଉଠିଛି । ଭାରତ ପାକିସ୍ତାନର ରାଡାର୍‌ ସିଷ୍ଟମକୁ ନଷ୍ଟ କରିଥିବା ରିପୋର୍ଟ ରହିଛି । ଉତ୍ତେଜନା ଭିତରେ ପାକିସ୍ତାନ ଏବେ ବ୍ୟାକ୍‌ଫୁଟ୍‌ରେ ନଜର ଆସିଛି । ଅନେକ ସ୍ଥାନରେ ଡ୍ରୋନ୍‌ରେ ଆକ୍ରମଣ କରିଛି ଭାରତ ।