କନକ ବ୍ୟୁରୋ : ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ହେବାର ଘଣ୍ଟାଏ ପରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି । ସମସ୍ୟାର ସମାଧାନ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିବା କହିଲେ ଦୁଇ ଦେଶର ପ୍ରତିନିଧି । ଆମେରିକାର କୋଷାଧ୍ୟକ୍ଷ ସଚିବ ସ୍କଟ ବେସେଣ୍ଟ ଏକ ସାକ୍ଷାତକାର ଦେଇ କହିଛନ୍ତି, ଭାରତ ହେଉଛି ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ଆମେରିକା ହେଉଛି ବିଶ୍ବର ସବୁଠୁ ବଡ଼ ଅର୍ଥନୀତି । ଭାରତର ସରକାରୀ ଅଧିକାରୀ ମଧ୍ୟ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ନେଇ ସୂଚନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷର ସମ୍ପର୍କ ରହିଛି, ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି । ଋଷର ତେଲ କିଣୁଥିବାରୁ ଭାରତ ଉପରେ ଅଧିକ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।