ଲାଗିଲା ଆମେରିକାର ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍, ମୋଟ ୫୦ ପ୍ରତିଶତ ଟାରିଫ କାରଣୁ ଭାରତୀୟ ବଜାର ପ୍ରଭାବିତ ଆଶଙ୍କା, ମୁକାବିଲା ପାଇଁ ୪୦ ଦେଶ ସହ ବ୍ୟବସାୟ କରିବାକୁ ମୋଦୀଙ୍କ ଯୋଜନା

ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ଦାଦାଗିରି ସାମ୍ବାରେ ଭାରତ କୌଣସି ସ୍ଥିତିରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିସାରିଛନ୍ତି । ଅନ୍ୟପଟେ ଭାରତ ପାଖରେ କି ସମ୍ଭାବ୍ୟ ବିକଳ୍ପ ଭିତରେ ଏଗୁଡିକୁ ସରକାର ବିଚାରକୁ ନେଇପାରନ୍ତି 

31

କନକ ବ୍ୟୁରୋ : ଆମେରିକାକୁ ଏଣିକି  ଭାରତ ଦେବ ମୋଟ ୫୦% ରପ୍ତାନୀ ଶୁଳ୍କ । ଅଗଷ୍ଟ ୮ରେ ୨୫  ଓ ଆଜିଠୁ ଆଉ ୨୫% ଟାରିଫ ଲାଗୁ ପରେ ଭାରତୀୟ ବଜାର ବିଶେଷ ଭାବେ ପ୍ରଭାବିତ ହେବା ନିଶ୍ଚିତ । ଯାହା ପ୍ରଭାବ ଗତ ଦୁଇ ଦିନ ହେଲାଣି ସେୟାର ବଜାରରେ ଦେଖାଦେଇଛି । ହଠାତ ସେୟାର ବଜାର ଖସିବା ଫଳରେ ଭାରତୀୟ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ 

କେତେ ପ୍ରଭାବିତ ହେବ ଭାରତୀୟ ବଜାର?
-୫୦% ଟାରିଫ୍ ଭାରତର ପାଖାପାଖି ୪୮ ବିଲିଅନ ଡଲାର ରପ୍ତାନୀ ଉପରେ ପ୍ରଭାବ ପକାଇବ 
- ବାର୍ଷିକ ୪୮ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ଭାରତୀୟ ରପ୍ତାନୀ ଉପରେ ପ୍ରଭାବ ପକାଇବ
-ଭାରତରୁ ଆମେରିକାକୁ କୋଟିକୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରାଯାଏ 
-ବସ୍ତ୍ର, ରତ୍ନପଥର ଓ ଆଭୂଷଣ, ଚମଡ଼ା ସାମଗ୍ରୀ, ଜୋତା, ଚପଲ, ପଶୁ ଉତ୍ପାଦ, ରସାୟନ ଓ ବିଦ୍ୟୁତିକ ଯାନ୍ତ୍ରିକ ଉପକରଣ 
-ତମ୍ବା, ଆଲୁମିନିୟମ, ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ, ବସ୍ତ୍ର ଏବଂ କାର୍ପେଟ୍ ଭଳି ଜିନିଷ ଆମେରିକାକୁ ପଠାଯାଏ
-ନୂଆ ଶୁଳ୍କ ପରେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ରପ୍ତାନୀ ଉପରେ ପଡ଼ିବ
-ଭାରତର ବୟନଶିଳ୍ପ ରପ୍ତାନୀର ଏକ ବଡ଼ ଅଂଶ ଆମେରିକା ଉପରେ ନିର୍ଭରଶୀଳ

ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ଦାଦାଗିରି ସାମ୍ବାରେ ଭାରତ କୌଣସି ସ୍ଥିତିରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିସାରିଛନ୍ତି । ଅନ୍ୟପଟେ ଭାରତ ପାଖରେ କି ସମ୍ଭାବ୍ୟ ବିକଳ୍ପ ଭିତରେ ଏଗୁଡିକୁ ସରକାର ବିଚାରକୁ ନେଇପାରନ୍ତି 

ଭାରତ କିଭଳି କରିବ ମୁକାବିଲା?
-  ରପ୍ତାନୀ ପ୍ରୋତ୍ସାହନ ମିସନ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ସଂଶୋଧନ 
-ଭାରତକୁ ୟୁରୋପୀୟ ସଂଘ, ୟୁରେସିଆନ୍ ଅର୍ଥନୈତିକ ସଂଘ, 
ଉପସାଗରୀୟ ଦେଶ ଏବଂ ପୂର୍ବ ଏସିଆ ଉପରେ ଧ୍ୟାନ ବୃଦ୍ଧି କରିବା ଉଚିତ
-ଭାରତୀୟ ବଜାରକୁ ବିସ୍ତାର କରିବା ଆବଶ୍ୟକ
-ରୁଷ ସହ ବାଣିଜ୍ୟ କାରବାର ବୃଦ୍ଧି ଲାଭଦାୟକ
-ଘରୋଇ ଶିଳ୍ପଗୁଡ଼ିକୁ ସବସିଡି ଦେଇ ବୟନଶିଳ୍ପ ଓ ଆଇଟି ସମେତ ଅନ୍ୟାନ୍ୟ ଘରୋଇ ଶିଳ୍ପକୁ ପ୍ରୋତ୍ସାହନ

ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ଉପରେ ବର୍ତ୍ତମାନ ୨୫ ପ୍ରତିଶତ ଟାରିଫ ପୂର୍ବରୁ ହିଁ ଲାଗୁଛି । ରୁଷ ଅଶୋଧିତ ତୈଳ ଦର ଓ ସୈନ୍ୟ ଉପକରଣ କିଣିବା କାରଣରୁ ଅଗଷ୍ଟ ୨୭ରୁ ଭାରତର ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe