କନକ ବ୍ୟୁରୋ : ଆମେରିକାକୁ ଏଣିକି ଭାରତ ଦେବ ମୋଟ ୫୦% ରପ୍ତାନୀ ଶୁଳ୍କ । ଅଗଷ୍ଟ ୮ରେ ୨୫ ଓ ଆଜିଠୁ ଆଉ ୨୫% ଟାରିଫ ଲାଗୁ ପରେ ଭାରତୀୟ ବଜାର ବିଶେଷ ଭାବେ ପ୍ରଭାବିତ ହେବା ନିଶ୍ଚିତ । ଯାହା ପ୍ରଭାବ ଗତ ଦୁଇ ଦିନ ହେଲାଣି ସେୟାର ବଜାରରେ ଦେଖାଦେଇଛି । ହଠାତ ସେୟାର ବଜାର ଖସିବା ଫଳରେ ଭାରତୀୟ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ
କେତେ ପ୍ରଭାବିତ ହେବ ଭାରତୀୟ ବଜାର?
-୫୦% ଟାରିଫ୍ ଭାରତର ପାଖାପାଖି ୪୮ ବିଲିଅନ ଡଲାର ରପ୍ତାନୀ ଉପରେ ପ୍ରଭାବ ପକାଇବ
- ବାର୍ଷିକ ୪୮ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ଭାରତୀୟ ରପ୍ତାନୀ ଉପରେ ପ୍ରଭାବ ପକାଇବ
-ଭାରତରୁ ଆମେରିକାକୁ କୋଟିକୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରାଯାଏ
-ବସ୍ତ୍ର, ରତ୍ନପଥର ଓ ଆଭୂଷଣ, ଚମଡ଼ା ସାମଗ୍ରୀ, ଜୋତା, ଚପଲ, ପଶୁ ଉତ୍ପାଦ, ରସାୟନ ଓ ବିଦ୍ୟୁତିକ ଯାନ୍ତ୍ରିକ ଉପକରଣ
-ତମ୍ବା, ଆଲୁମିନିୟମ, ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ, ବସ୍ତ୍ର ଏବଂ କାର୍ପେଟ୍ ଭଳି ଜିନିଷ ଆମେରିକାକୁ ପଠାଯାଏ
-ନୂଆ ଶୁଳ୍କ ପରେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ରପ୍ତାନୀ ଉପରେ ପଡ଼ିବ
-ଭାରତର ବୟନଶିଳ୍ପ ରପ୍ତାନୀର ଏକ ବଡ଼ ଅଂଶ ଆମେରିକା ଉପରେ ନିର୍ଭରଶୀଳ
ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ଦାଦାଗିରି ସାମ୍ବାରେ ଭାରତ କୌଣସି ସ୍ଥିତିରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିସାରିଛନ୍ତି । ଅନ୍ୟପଟେ ଭାରତ ପାଖରେ କି ସମ୍ଭାବ୍ୟ ବିକଳ୍ପ ଭିତରେ ଏଗୁଡିକୁ ସରକାର ବିଚାରକୁ ନେଇପାରନ୍ତି
ଭାରତ କିଭଳି କରିବ ମୁକାବିଲା?
- ରପ୍ତାନୀ ପ୍ରୋତ୍ସାହନ ମିସନ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ସଂଶୋଧନ
-ଭାରତକୁ ୟୁରୋପୀୟ ସଂଘ, ୟୁରେସିଆନ୍ ଅର୍ଥନୈତିକ ସଂଘ,
ଉପସାଗରୀୟ ଦେଶ ଏବଂ ପୂର୍ବ ଏସିଆ ଉପରେ ଧ୍ୟାନ ବୃଦ୍ଧି କରିବା ଉଚିତ
-ଭାରତୀୟ ବଜାରକୁ ବିସ୍ତାର କରିବା ଆବଶ୍ୟକ
-ରୁଷ ସହ ବାଣିଜ୍ୟ କାରବାର ବୃଦ୍ଧି ଲାଭଦାୟକ
-ଘରୋଇ ଶିଳ୍ପଗୁଡ଼ିକୁ ସବସିଡି ଦେଇ ବୟନଶିଳ୍ପ ଓ ଆଇଟି ସମେତ ଅନ୍ୟାନ୍ୟ ଘରୋଇ ଶିଳ୍ପକୁ ପ୍ରୋତ୍ସାହନ
ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ଉପରେ ବର୍ତ୍ତମାନ ୨୫ ପ୍ରତିଶତ ଟାରିଫ ପୂର୍ବରୁ ହିଁ ଲାଗୁଛି । ରୁଷ ଅଶୋଧିତ ତୈଳ ଦର ଓ ସୈନ୍ୟ ଉପକରଣ କିଣିବା କାରଣରୁ ଅଗଷ୍ଟ ୨୭ରୁ ଭାରତର ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି ।