୫ ବର୍ଷର ବାଳକକୁ ଅଟକ ରଖିଲେ ଆମେରିକା ଇମିଗ୍ରେସନ ଏଜେଣ୍ଟ

Advertisment

ଇକ୍ବାଡର ବାଳକ ଲିୟାମ କୋନେଜେ ରାମୋସ୍‌ଙ୍କୁ ମଙ୍ଗଳବାର ଅଟକ ରଖାଯିବା ସହିତ ତାଙ୍କୁ ଓ ତାଙ୍କ ବାପାଙ୍କୁ ଟେକ୍ସାସ୍‌ର ଇମିଗ୍ରେସନ ଲକ୍‌-ଅପ୍‌କୁ ପଠାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଲିୟାମଙ୍କୁ ଇମିଗ୍ରେସନ ଏଜେଣ୍ଟ ବନ୍ଦୀ କରିନେଉଥିବାର ଦୃଶ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ଇକ୍ବାଡର ବାଳକ ଲିୟାମ କୋନେଜେ ରାମୋସ୍‌ଙ୍କୁ ମଙ୍ଗଳବାର ଅଟକ ରଖାଯିବା ସହିତ ତାଙ୍କୁ ଓ ତାଙ୍କ ବାପାଙ୍କୁ ଟେକ୍ସାସ୍‌ର ଇମିଗ୍ରେସନ ଲକ୍‌-ଅପ୍‌କୁ ପଠାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଲିୟାମଙ୍କୁ ଇମିଗ୍ରେସନ ଏଜେଣ୍ଟ ବନ୍ଦୀ କରିନେଉଥିବାର ଦୃଶ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

child

child Photograph: (KanakNews)

ଆମେରିକାର ମିନେସୋଟାଠାରେ ଜଣେ ୫ ବର୍ଷର ବାଳକଙ୍କୁ ଇମିଗ୍ରେସନ ଓ କଷ୍ଟମ୍‌ ଏନଫୋର୍ସମେଣ୍ଟ (ଆଇସିଇ) ଏଜେଣ୍ଟ ଅଟକ ରଖିବା ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍‌ ଶିଶୁଟିକୁ ଅଟକ ରଖାଯିବାକୁ ନେଇ ଆଇସିଇ ଏଜେଣ୍ଟଙ୍କୁ ସମାଲୋଚନା କରିଛନ୍ତି। ଇକ୍ବାଡର ବାଳକ ଲିୟାମ କୋନେଜେ ରାମୋସ୍‌ଙ୍କୁ ମଙ୍ଗଳବାର ଅଟକ ରଖାଯିବା ସହିତ ତାଙ୍କୁ ଓ ତାଙ୍କ ବାପାଙ୍କୁ ଟେକ୍ସାସ୍‌ର ଇମିଗ୍ରେସନ ଲକ୍‌-ଅପ୍‌କୁ ପଠାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଲିୟାମଙ୍କୁ ଇମିଗ୍ରେସନ ଏଜେଣ୍ଟ ବନ୍ଦୀ କରିନେଉଥିବାର ଦୃଶ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଛୋଟ ଶିଶୁଟିକୁ ଯେପରି ଭାବେ ଧରି ନିଆଯାଉଛି ସେଥିରେ ସେ ଭୟଭୀତ ହୋଇଯାଇଥିବା ପରି ମନେହେଉଥିବା କୁହାଯାଇଛି। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ହାରି ଯାଇଥିବା କମଳା ହାରିସ ଆଇସିଇ ଏଜେଣ୍ଟଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଲିୟାମଙ୍କୁ ତାଙ୍କ ପରିବାର ସହିତ ଘରେ ରହିବା କଥା, କୌଣସି ଡି‌ଟେନସନ ସେଣ୍ଟରରେ ନୁହେଁ ବୋଲି କମଳା ହାରିସ୍‌ କହିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାକୁ ସେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି।

ମଙ୍ଗଳବାର ଲିୟାମ୍‌ ପ୍ରିସ୍କୁଲରୁ ଫେରିବା ପରେ ତାଙ୍କୁ ଓ ତାଙ୍କ ବାପାଙ୍କୁ ଅଟକ ରଖାଯାଇଥିଲା। କଲମ୍ବିଆ ହାଇଟ୍ସ ସ୍କୁଲ ବୋର୍ଡ଼ର ମୁଖ୍ୟ ମ୍ୟାରି ଗ୍ରାନଲୁଣ୍ଡ କହିଛନ୍ତି, ଇମିଗ୍ରେସନ ଏଜେଣ୍ଟ ଲିୟାମଙ୍କ ମା’ଙ୍କୁ ମଧ୍ୟ ଧରିବାକୁ ଚାହୁଥିଲେ, ସେଥିପାଇଁ ସେମାନେ ଶିଶୁଟିକୁ ମାଧ୍ୟମ କରିଥିଲେ। କିନ୍ତୁ ଲିୟାମଙ୍କ ବାପା ତାଙ୍କ ମା’କୁ ବାହାରକୁ ନ ଆସିବାକୁ କହିଥିଲେ। ରାମୋସ୍‌ଙ୍କ ପରିବାର ଓ ପଡ଼ୋଶୀ ଶିଶୁଟିକୁ ନେଇଯିବାକୁ କହିଥିଲେ ମଧ୍ୟ ଆଇସିଇ ଏଜେଣ୍ଟ ମନା କରିଦେଇଥିଲେ। ଆମେରିକା ଡିପାର୍ଟମେଣ୍ଟ ଅଫ୍‌ ହୋମଲାଣ୍ଡ ସିକ୍ୟୁରିଟି ପକ୍ଷରୁ ଏହି ପ୍ରସଙ୍ଗରେ କୁହାଯାଇଛି ଯେ, ଆଇସିଇ ଏଜେଣ୍ଟ ଏଡ୍ରିୟନ ଆଲେକଜାଣ୍ଡର କୋନେଜୋ ଏରିୟସ୍‌ଙ୍କୁ ଗିରଫ କରିବାକୁ ଯାଇଥିଲେ। ସିଏ ଇକ୍ବାଡୋରର ବାସିନ୍ଦା ଓ ଆମେରିକାରେ ଅବୈଧ ଭାବେ ରହୁଥିଲେ। ଏରିୟସ୍‌ ଶିଶୁଟିକୁ ଛାଡ଼ି ପଳାଇଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ କହିଛନ୍ତି, ଲିୟାମଙ୍କୁ ତାଙ୍କ ବାପା ଛାଡ଼ି ଚାଲି ଯାଇଥିଲେ। ଆଇସିଇ ଏଜେଣ୍ଟ ଶିଶୁଟିକୁ ଥଣ୍ଡାରେ ମରିବାକୁ ତ ଛାଡ଼ି ଦେଇପାରି ନଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe