କନକ ବ୍ୟୁରୋ : ଆମେରିକାରେ ଝଡ ହେଲେନ ତାଣ୍ଡବ ରଚିଛି । ଏହି ଝଡ ତୋଫାନ ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁରୁବାର ଦିନ ଫ୍ଲୋରିଡାର ତାଣ୍ଡବ ରଚିଥିଲା । ପବନର ବେଗ ୨୨୫ କିଲୋମିଟର ଘଣ୍ଟା ପ୍ରତି ବୋହିବା ଫଳରେ ଜନଜୀବନ ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଥିଲା ।
ଏଭଳି ତୋଫାନ ଫଳରେ ଫ୍ଲୋରିଡା ନିକଟବର୍ତ୍ତୀ ରାଜ୍ୟ ଜର୍ଜିଆ, ନର୍ଥ କୌରିଲିନା, ସାଉଥ୍ କୌରଲିନା, ବର୍ଜିନିଆ ଓ ଅଲବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ତୋଫାନରେ ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ତୋଫାନ ଅନ୍ୟ ରାଜ୍ୟକୁ ଗତି କରିପାରେ ବୋଲି ଆକଳନ କରାଯାଉଛି । ଏଭଳି ଝଡକୁ ନଜରରେ ରଖି ଆମେରିକାରେ ପାଖାପାଖି ୧ ହଜାର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/PLpFlhU2KkFNYieTNUJ3.jpg)