କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଟାରିଫକୁ ନେଇ ସାରା ବିଶ୍ୱ ବିଚଳିତ ଅବସ୍ଥାରେ ଥିବା ବେଳେ ଆମେରିକାକୁ ଜୋରଦାର ଲାଭ ହୋଇଛି । ଅଗଷ୍ଟ ମାସରେ ଆମେରିକାର ରାଜସ୍ୱ ୩୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଯାହାକି ୨୦୨୫ ମସିହାରେ ଗୋଟିଏ ମାସରେ ସର୍ବାଧିକ ରାଜସ୍ୱ ଆଦାୟ ବୋଲି କୁହାଯାଉଛି । 

Advertisment

ଟ୍ରେଜେରୀ ବିଭାଗ ତରଫରୁ ଗୁରୁବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ୨୦୨୫ ମୋଟ ଟାରିଫ୍ ରାଜସ୍ୱ ୧୮୩ ବିଲିୟନ ଡଲାରରୁ ଅଧିକ । ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ଆଦାୟ ହୋଇଥିବା ଟାରିଫ୍ ବାବଦରେ ସୂଚନା ଦିଆଯାଇନାହିଁ । 

ଟ୍ରମ୍ପ କହିଛନ୍ତି କି, ଟାରିଫ୍ ରାଜସ୍ୱ ବିନା ଆମେରିକା ବର୍ବାଦ ହୋଇଯିବ । ଟାରିଫ ରାଜସ୍ୱ ଏପ୍ରିଲ ମାସରେ ୧୭.୪ ଆରବ ଡଲାର ଥିବା ବେଳେ ମେ' ମାସରେ ଏହା ବୃଦ୍ଧି ପାଇ ୨୩.୯ ଆରବ ଡଲାରରେ ପହଂଚିଯାଇଥିଲା । ପୁଣି ଜୁନରେ ୨୮ ଆରବ ଡଲାର ଓ ଅଗଷ୍ଟରେ ୨୯ ଆରବ ଡଲାରରେ ପହଂଚିଛି । ଏହି ପରିସଂଖ୍ୟାନରୁ ଜଣାପଡିଛି କି, ୨୦୨୫ ମସିହାରେ ୫ ମାସରେ ଆମେରିକା ଟାରିଫ ଲଗାଇ ଯେଉଁ ରାଜସ୍ୱ ଆଦାୟ କରିଛି ତାହା ଗତ ବର୍ଷର ମୋଟ ରାଜସ୍ୱ ଆଦାୟ ଠାରୁ ବହୁତ ଅଧିକ । 

ସେପଟେ ଅନ୍ୟଦେଶ ଉପରେ ଏଭଳି ଟାରିଫ ଲଗାଇବାକୁ ଆମେରିକା କୋର୍ଟ ନିନ୍ଦା କରିଛନ୍ତି । କୋର୍ଟ କହିଛନ୍ତି କି, ଅତ୍ୟାଧିକ ଟାରିଫ୍ ଲଗାଇ ଟ୍ରମ୍ପ ତାଙ୍କ ଅଧିକାରକୁ ଅତିକ୍ରମ କରୁଛନ୍ତି । କୋର୍ଟ କହିଥିଲେ କି, ଏଭଳି ଟାରିଫ୍ ଲଗାଇବାର ଅଧିକାର କେବଳ କଂଗ୍ରେସ କିମ୍ବା ଏବେର ବ୍ୟାପାର ନୀତି ପାଖରେ ରହିଛି ।