କନକ ବ୍ୟୁରୋ : ବିଶ୍ବର ସବୁଠୁ ପାୱାରଫୁଲ ଦେଶ ଆମେରିକା ନିର୍ବାଚନ ଶେଷ ହୋଇଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ହାରିସଙ୍କ ଆଗରେ ରହିଛନ୍ତି ଟ୍ରମ୍ପ । ମୋଟ ୫୩୮ ଆସନରୁ ୨୧୯ରେ ଫଳାଫଳ ଆସିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ୧୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ହାରିସ୍ ୯୯ଟି ଆସନରେ ବିଜୟୀ ହୋଇଛନ୍ତି । ମଇଦାନରେ ଅଛନ୍ତି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସ। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି।
ଆମେରିକା ନିର୍ବାଚନ ଭୋଟ ପ୍ରତିଶତ
ରାଜ୍ୟ ଟ୍ରମ୍ପ ହାରିସ୍
ଉତ୍ତର କାରୋଲିନା ୪୩% ୪୮%
ନେଭେଡା ୪୭% ୪୪%
ଜର୍ଜିଆ ୪୬% ୪୯%
ଆରିଜୋନା ୪୬% ୪୯%
ମିଚିଗାନ ୪୫% ୪୮%
ୱିସକନସିନ୍ ୪୪% ୪୭%
ପେନସ୍ଲାଭିନିଆ ୪୭% ୪୬%
ମୋଟ ୪୫% ୪୭%