କନକ ବ୍ୟୁରୋ: ଜଣେ ଭାଗିଦାରୀ ଭାବେ ଭାରତ ଆମେରିକାକୁ ଆଦୌ ବିଶ୍ବାସ କରିବା କଥା ନୁହେଁ । ଭାରତ ନିଜର ସ୍ବତନ୍ତ୍ର ବିଦେଶ ନୀତି ନିରୂପଣ କରି କାର୍ଯ୍ୟକାରୀ କରିବା ଉଚିତ । ସବୁଠୁ ବଡ଼ କଥା ହେଉଛି ଆମେରିକାର ବୟାନ ହେଉ ବା କାର୍ଯ୍ୟ ଏସବୁକୁ ନେଇ ଭାରତ ସବୁବେଳେ ସତର୍କ ରହିବା ଉଚିତ । ଭାରତକୁ ଏକଥା ଚେତାଇ ଦେଇଛନ୍ତି ଖୋଦ୍ ଆମେରିକା ଅର୍ଥନୀତିଜ୍ଞ ଜେଫରୀ ସୈକ୍ସ ।

Advertisment

ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ । ଆଗକୁ ହେବାକୁ ଥିବା ୱାଂଶିଟନ୍ ସହ ଭାରତର ପ୍ରତିରକ୍ଷା ଆଲୋଚନା ବିଶେଷ କିଛି ଫଳପ୍ରଦ ହେବ ନାହିଁ । ବରଂ ଭାରତକୁ ବ୍ରିକ୍ସରେ ନିଜକୁ ସାମିଲ କରିନେବା ଉଚିତ । ଋଷରୁ ଭାରତ କରୁଥିବା ତୈଳ ଆମଦାନୀ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ୍ ଉପରେ ସେକ୍ସ କହିଛନ୍ତି, ଟ୍ରମ୍ପ ଜଣେ ତାର୍କିକ ବ୍ୟକ୍ତିତ୍ବ ନୁହନ୍ତି । ନା ସେ ଜଣେ ରଣନୀତିକ ବ୍ୟକ୍ତି । ସେ ଅନେକ ସମୟରେ ଆବେଗରେ ଆସି ନିଷ୍ପତ୍ତି ନିଅନ୍ତି । ସେ ଭାବିଥିଲେ ଭାରତ ତାଙ୍କ ଦାବି ଉପରେ ସହମତି ଜଣାଇଦେବ  ଏବଂ ଋଷଠାରୁ ଆଉ ତୈଳ ଆମଦାନୀ କରିବ ନାହିଁ । କିନ୍ତୁ ଭାରତ ମାନିନଥିଲା । ତେଣୁ ସବୁବେଳେ ଭାରତ ନିଜ ବିଦେଶ ନୀତିକୁ ଆଧାର କରି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଜେଫରି ସୈକ୍ସ ସତର୍କ କରାଇଛନ୍ତି ।