କନକ ବ୍ୟୁରୋ : ଯେଉଁଠି ପୂରା ଦୁନିଆ ପାକିସ୍ତାନକୁ ତା ଆତଙ୍କୀ କାର୍ଯ୍ୟକଳାପ  ପାଇଁ ଭର୍ତ୍ସନା କରୁଛି, କଡ଼ା ଶବ୍ଦରେ ନିନ୍ଦା କରୁଛି, ସେଠି ଆମେରିକା ମଧ୍ୟ ବିରୋଧ କରିଆସୁଛି । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବଗଜବ କାରାନାମା ପୁଣି ଥରେ ଖବରର ଶିରୋନାମା ପାଲଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଫିଲଡ ମାର୍ଶଲ ଆସୀମ ମୁନିରଙ୍କ ସହ ହ୍ବାଇଟହାଉସ ଓଭାଲ ଅଫିସରେ ବୈଠକ କରିବା ସହ ସେମାନଙ୍କୁ ମହାନ କହିବାକୁ  ପଛାଇନାହାନ୍ତି । କେବଳ ସେତିକି ନୁହେଁ, ପାକିସ୍ତାନ ସହ ଆମେରିକାର ସମ୍ପର୍କ ଅଧିକ ମଜଭୁତ ହେଉଥିବା କହି ଭାରତକୁ ଉସକାଇବା ଭଳି କାମ କରିଛନ୍ତି ଟ୍ରମ୍ପ ।

Advertisment

ଏହି ବୈଠକରେ ଏକ ହାସ୍ପ୍ୟାସ୍ପଦ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ  ଶେହବାଜ ସରିଫ ଓ ଫିଲଡ ମାର୍ଶଲ ଆସୀମ ମୁନିର ଭାବିଥିବେ ଯେ ଆମେରିକା ରାଷ୍ଟ୍ରପତି ଜୋରଦାର ସ୍ବାଗତ କରିବେ ଆଉ ପାଛୋଟି ନେବେ । କିନ୍ତୁ ଘଟିଲା କିଛି ଓଲଟା । ଓଭାଲ ଅଫିସରେ ଉଭୟଙ୍କୁ ପୂରା ୩୦ ମିନିଟ ଅପେକ୍ଷା କରିବାକୁ ପଡ଼ିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୁଦୂର ପାକିସ୍ତାନରୁ ସୁଟବୁଟ ପିନ୍ଧି ଆମେରିକା ପହଞ୍ଚିଥିବା ଶେହବାଜ, ଟ୍ରମ୍ପଙ୍କ ଅପେକ୍ଷାରେ କିଭଳି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଇଠି ଗୋଟିଏ କଥା କୁହାଯାଇପାରେ ଯେ ଆମେରିକା ରାଷ୍ଟ୍ରପତି କେତେବେଳେ କାହା ସହ କିଭଳି ଆଭିମୁ୍‌ଖ୍ୟ ଗ୍ରହଣ କରିବେ ତା’ର କୌଣସି ଠିକଠିକଣା ନାହିଁ ।