କନକ ବ୍ୟୁରୋ : ଆମେରିକାରେ ଡେମୋକ୍ରାଟିକ୍ ସିନେଟର କୋରୀ ବୁକର ନିଜ ଭାଷଣ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଭାଷଣ କୌଣସି ସାଧାରଣ ଭାଷଣ ନଥିଲା କି କିଛି ମିନିଟ୍ ନଥିଲା, ବରଂ ଏହା ୨୫ ଘଣ୍ଟାରୁ ଅଧିକ ଥିଲା। ସେଥିପାଇଁ ସେ ଏହି ଭାଷଣ ମାଧ୍ୟମରେ ୬୮ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ୫୫ ବର୍ଷୀୟ ବୁକର ୱାଶିଂଟନ ଡିସିରେ ଜନ୍ମଗ୍ରହଣ କରିଥିଲେ । ବୁକର ପିଲା ବେଳୁ ଉତ୍ତର ନ୍ୟୁଜର୍ସିକୁ ଚାଲି ଆସିଥିଲେ । ବୁକର ୟେଲ ଲ ସ୍କୁଲରୁ ସ୍କୁଲ ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କଲେଜ ଶିକ୍ଷା ଶେଷ କରିଥିଲେ । କୋରୀ ବୁକର ନ୍ୟୁୟର୍କର ମେୟର ଥିବା ବେଳେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ସହରର ପବ୍ଲିକ ସ୍କୁଲକୁ ୧୦୦ ମିଲିୟନ ଡଲାର ଦାନ କରିଥିଲେ । କୁହାଯାଏ ଯେ ରାଜନିତୀକୁ ଆସିବାରେ ବୁକରଙ୍କୁ ଜୁକରବର୍ଗ ହାତ ରହିଥିଲା।
ଚର୍ଚ୍ଚାରେ ଆମେରିକା ଡେମୋକ୍ରାଟିକ ସିନେଟର, ଲଗାତର ୨୫ ଘଣ୍ଟା ଭାଷଣ ଦେଇ ନୂଆ ରେକର୍ଡ କଲେ କୋରୀ ବୁକର
ସେଥିପାଇଁ ସେ ଏହି ଭାଷଣ ମାଧ୍ୟମରେ ୬୮ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ୫୫ ବର୍ଷୀୟ ବୁକର ୱାଶିଂଟନ ଡିସିରେ ଜନ୍ମଗ୍ରହଣ କରିଥିଲେ । ବୁକର ପିଲା ବେଳୁ ଉତ୍ତର ନ୍ୟୁଜର୍ସିକୁ ଚାଲି ଆସିଥିଲେ । ବୁକର ୟେଲ ଲ ସ୍କୁଲରୁ ସ୍କୁଲ ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କଲେଜ ଶିକ୍ଷା ଶେଷ କରିଥିଲେ ।
/kanak/media/media_files/2025/04/02/WYcOFwCCYxdyx3emP3w4.jpg)