କନକବ୍ୟୁରୋ : ଏଚ୍‌-୧ବି ଭିସାକୁ ନେଇ ସ୍ପଷ୍ଟ କଲା ଆମେରିକା। ପ୍ରତିବର୍ଷ ଭିସା ପାଇଁ ଫି’ ଦେବାକୁ ପଡ଼ିବ ନାହିଁ। ବର୍ଷକୁ ଥରେ ମାତ୍ର ଏଚ୍‌-୧ବି ଭିସା ପାଇଁ ଫି ଦେବାକୁ ପଡ଼ିବ। କେବଳ ନୂଆ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।  ପୁରୁଣା ଭିସିଧାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ସେମାନଙ୍କୁ କୌଣସି ଅତିରିକ୍ତ ଫି’ ଦେବାକୁ ପଡ଼ିବ ନାହିଁ। ହ୍ବାଇଟ୍‌ ହାଉସ୍ ପ୍ରେସ୍‌ ସେକ୍ରେଟାରୀ ଏନେଇ ସ୍ପଷ୍ଟ କରିଛନ୍ତି ।  ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ପାଇଁ ୮୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ।  ଏହା ପରେ ମେଟା, ମାଇକ୍ରୋସଫ୍ଟ, ଆମାଜନ ଭଳି କମ୍ପାନୀ ବିଦେଶୀ କର୍ମଚାରୀଙ୍କୁ ଆମେରିକାରୁ ଫେରି ଆସିବା ପାଇଁ କହିଥିଲା। ଏବେ ଆମେରିକା ସ୍ପଷ୍ଟ କରିବା ପରେ ନିଷ୍ପତ୍ତି ପରିବର୍ତ୍ତନ କରିଛି । 

Advertisment