amassador Photograph: (KanakNews)
କନକ ବ୍ୟୁରୋ : ଭାରତ ପାଇଁ ଆମେରିକା ନୂଆ ରାଷ୍ଟ୍ରଦୂତ ଚୟନ କରିଛି । ତାସକେଣ୍ଟରେ ଜନ୍ମଗ୍ରହଣ କରିଥିବା ସର୍ଜିଓ ଗୋରଙ୍କୁ ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନୋନୀତ କରିଛନ୍ତି । ସିନେଟର ଅନୁମୋଦନ ପରେ ସେ ଦାୟିତ୍ୱ ନେବେ । ସର୍ଜିଓ ଗୋର ଟ୍ରମ୍ପଙ୍କ ଘନିଷ୍ଟ ସହଯୋଗୀ ଓ ବଡ଼ ସମର୍ଥକ ଭାବେ ଜଣାଶୁଣା । ଟ୍ରମ୍ପ ୨୦୨୪ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କୁ ହ୍ୱାଇଟ୍ ହାଉସର ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ। ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ ସର୍ଜିଓ ଗୋର୍। ଅନ୍ୟପକ୍ଷରେ ସର୍ଜିଓ ଗୋରଙ୍କୁ ସାପ ଭାବେ ବର୍ଣ୍ଣନା କରିଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ । ୩୯ ବର୍ଷୀୟ ସର୍ଜିଓ ଗୋର ଭାରତର ରାଷ୍ଟ୍ରଦୂତ ଭାବେ କାମ କରିବା ସହ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ବ୍ୟାପାର ଅଞ୍ଚଳ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ଭାବେ ଦାୟିତ୍ୱ ନେବେ । ଏହି ଅଞ୍ଚଳରେ ପାକିସ୍ତାନ, ବାଂଲାଦେଶ ଓ ଅନ୍ୟଦେଶ ଆସୁଛନ୍ତି। ଏସବୁ ଦେଶରେ ଆମେରିକାର ରାଷ୍ଟ୍ରଦୂତ ନାହାନ୍ତି । ସର୍ଜିଓ ଗୋର ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟିଙ୍କ ସ୍ଥାନ ନେବେ। ବାଇଡେନଙ୍କ କାର୍ଯ୍ୟକାଳ ପରେ ଏରିକ୍ ନିଜ ଦେଶକୁ ଫେରିଯାଇଛନ୍ତି ।
ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ
ସର୍ଜିଓ ଗୋରଙ୍କୁ ମନୋନୀତ କଲେ ଡୋନାଲ୍ଡ ଟ୍ରମ୍ପ
ସିନେଟର ଅନୁମୋଦନ ପରେ ଗୋର୍ ଦାୟିତ୍ୱ ନେବେ
ସର୍ଜିଓ ଗୋର ଟ୍ରମ୍ପଙ୍କ ଘନିଷ୍ଟ ସହଯୋଗୀ
ଟ୍ରମ୍ପଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଥିଲେ
ନିର୍ବାଚିତ ହେବା ପରେ ଟ୍ରମ୍ପ ତାଙ୍କୁ ହ୍ୱାଇଟ୍ ହାଉସର ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ
ସମାଲୋଚନା କଲେ ଟେସଲା ମୁଖ୍ୟ ଏଲନ ମସ୍କ
ସର୍ଜିଓ ଗୋର ଏକ ସାପ : ଏଲନ ମସ୍କ
Follow Us