କନକ ବ୍ୟୁରୋ : ଇରାନ ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ଯଦି ଇସ୍ରାଏଲ ସହ ମିଶି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ତା'ର ଫଳାଫଳ ଭୟାବହ ହେବ । ଏବେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିଛି । ଏବେ ଇରାନ କରିବ କ'ଣ । ଇରାନ ସୁପ୍ରିମ୍ ଲିଡର କହିଥିଲେ କି, ଇରାନ କେବେ ବି ଆତ୍ମସମର୍ପଣ କରିବ ନାହିଁ । ହେଲେ ଆମେରିକାର ଆକ୍ରମଣ ପରେ ଇରାନ କିଭଳି ଜବାବ ଦେବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଇରାନ ଉପରେ ଆମେରିକାର ଆକ୍ରମଣ ପରେ ପୂରା ପଶ୍ଚିମଦେଶମାନଙ୍କରେ ଅଶାନ୍ତର ବାତାବରଣ ଆରମ୍ଭ ହୋଇଯାଇଛି । 

Advertisment

ଇରାନ ପାଖାପାଖି ଦେଶମାନଙ୍କର ସ୍ଥିତି ଏବେ ୨୦୦୩ ଭଳି ହେବାକୁ ଯାଉଛି । ଇରାନ ଏବେ ସିଧାସଳଖ ଆମେରିକା ସେନା ଓ ସେନା ସ୍ଥଳକୁ ଟାର୍ଗେଟ୍ କରିପାରେ । ଇରାକର ସେନା ବି ଇରାନ ସହ ଆସୁଥିବାର ଦେଖିବାକୁ ମିଳିଛି । ଆମେରିକା ସେନା ଏବେ ତୁର୍କୀ, ସିରିୟା, ଇରାକ, ବାହାରିନ୍, ଇସ୍ରାଏଲ, ଇଜିପ୍ଟ, ଜିବୁତି, ଆରବସାଗର ଓ କୁୱେତରେ ନିୟୋଜିତ ଅଛନ୍ତି । ସବୁଠାରୁ ଅଧିକ ୧୦ ହଜାର ଆମେରିକା ସେନା କୁୱେତରେ ରହିଛନ୍ତି । ମୋଟ ୫୧ ହଜାର ୪ଶହ ସୈନିକ ଏବେ ଏସବୁ କ୍ଷେତ୍ରରେ ନିୟୋଜିତ ଅଛନ୍ତି । 

ସେପଟେ ଯୁଦ୍ଧକୁ ପ୍ରବେଶ କରିଛନ୍ତି ହୋତି ବିଦ୍ରୋହୀ । ହୋତି ପ୍ରଥମରୁ କହିଥିଲା କି, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ଆମେରିକାର ଯୁଦ୍ଧ ଜାହାଜ ଉପରେ ଟାର୍ଗେଟ୍ କରାଯିବ । ଲେବନାନର ହିଜବୁଲ୍ଲାହ ଏପର୍ଯ୍ୟନ୍ତ ଚୁପ୍ ରହିଥିବା ବେଳେ ଗତ ସପ୍ତାହରେ ଚେତାବନୀ ଦେଇଛି । ହିଜବୁଲ୍ଲାହ କହିଛି କି, ଯଦି ଆମେରିକା ଇରାନ ଆମେରିକା ଉପରେ ଆକ୍ରମଣ କରେ ତେବେ ଆମ ସଂଗଠନ ଇରାନ ସମର୍ଥନରେ ଯୁଦ୍ଧକୁ ଓହ୍ଲାଇବ । 
ଯଦି ହିଜବୁଲ୍ଲାହ ଯୁଦ୍ଧକୁ ଓହ୍ଲାଉଛୁ ତେବେ ଇସ୍ରାଏଲ ସହ ବିନାଶକାରୀ ଯୁଦ୍ଧ ଆରମ୍ଭ ହୋଇଯିବ । ଏହି ଯୁଦ୍ଧ ଗତବର୍ଷ ଲେବନାନର ଗୋଟିଏ ଅଂଶ ନଷ୍ଟ କରିଦେଇଥିଲା । ଉତ୍ତର ଇସ୍ରାଏଲର ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା ।