ଯୁଦ୍ଧାସ୍ତ୍ର ଠୁଳ କରୁଛି ଆମେରିକା, ହେବ କି ଯୁଦ୍ଧ?

Advertisment

ଗୁଇନ୍ଦା ସୂଚନା ଅନୁଯାୟୀ, ଆମେରିକା ଗତ ଦୁଇ ମାସରେ ଇରାନରେ ତାର ଲଢ଼ୁଆ ଅସ୍ତ୍ରଶସ୍ତ୍ର ପରିମାଣ ବୃଦ୍ଧି କରିଛି। ଭେନେଜୁଏଲା ଆକ୍ରମଣ ପୂର୍ବରୁ ଆମେରିକାର ଆଭିମୁଖ୍ୟ ଠିକ୍ ଏହିପରି ଥିଲା। କିନ୍ତୁ, ଇରାନ ଭେନେଜୁଏଲା ପରି ଦୁର୍ବଳ ନୁହେଁ।

ଗୁଇନ୍ଦା ସୂଚନା ଅନୁଯାୟୀ, ଆମେରିକା ଗତ ଦୁଇ ମାସରେ ଇରାନରେ ତାର ଲଢ଼ୁଆ ଅସ୍ତ୍ରଶସ୍ତ୍ର ପରିମାଣ ବୃଦ୍ଧି କରିଛି। ଭେନେଜୁଏଲା ଆକ୍ରମଣ ପୂର୍ବରୁ ଆମେରିକାର ଆଭିମୁଖ୍ୟ ଠିକ୍ ଏହିପରି ଥିଲା। କିନ୍ତୁ, ଇରାନ ଭେନେଜୁଏଲା ପରି ଦୁର୍ବଳ ନୁହେଁ।

trump

trump Photograph: (google)

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା, ଆମେରିକା ତାର ଅସ୍ତ୍ରଶସ୍ତ୍ର ପରିମାଣ ଦ୍ୱିଗୁଣିତ କରିଛି। ତେଣୁ କୁହାଯାଉଛି ଯେ ଯଦି ଆମେରିକା ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଉତ୍ତେଜନାକୁ ହ୍ରାସ ନକରେ, ତେବେ ଯୁଦ୍ଧ ସୁନିଶ୍ଚିତ। ବର୍ତ୍ତମାନ ଓମାନରେ ଆମେରିକା ଓ ଇରାନ ଅଧିକାରୀଙ୍କ ମଧ୍ୟରେ କୂଟନୈତିକ ଆଲୋଚନା ଜାରି ରହିଛି। ସମସ୍ତଙ୍କ ଆଶା ଏହି ଆଲୋଚନା ସକାରାତ୍ମକ ଆଲୋଚନା ହେବ।

ଗୁଇନ୍ଦା ସୂଚନା ଅନୁଯାୟୀ, ଆମେରିକା ଗତ ଦୁଇ ମାସରେ ଇରାନରେ ତାର ଲଢ଼ୁଆ ଅସ୍ତ୍ରଶସ୍ତ୍ର ପରିମାଣ ବୃଦ୍ଧି କରିଛି। ଭେନେଜୁଏଲା ଆକ୍ରମଣ ପୂର୍ବରୁ ଆମେରିକାର ଆଭିମୁଖ୍ୟ ଠିକ୍ ଏହିପରି ଥିଲା। କିନ୍ତୁ, ଇରାନ ଭେନେଜୁଏଲା ପରି ଦୁର୍ବଳ ନୁହେଁ। ଇରାନ ପୂର୍ବରୁ କହିଛି ଯେ ଯଦି ଆମେରିକା ଯୁଦ୍ଧ ଆରମ୍ଭ କରେ, ତେବେ ଏହା ସମଗ୍ର ଅଞ୍ଚଳରେ ବ୍ୟାପିଯିବ। ଇରାନୀ କ୍ଷେପଣାସ୍ତ୍ର ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି, ଏହାର ବିମାନ ବାହକକୁ ଟାର୍ଗେଟ କରିପାରେ। ଇରାନ ସହିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବା ବେଳେ, ଆମେରିକାର ସାମୁଦ୍ରିକ ପ୍ରଶାସନ(ମ୍ୟାରିଟାଇମ୍ ଅଡମିନଷ୍ଟ୍ରେସନ୍) ଆମେରିକୀୟ ବାଣିଜ୍ୟ ଜାହାଜଗୁଡ଼ିକୁ ଇରାନ ଜଳସୀମାରୁ ଦୂରେଇ ରହିବା ପାଇଁ ଏକ ପରାମର୍ଶ ଜାରି କରିଛି।

ଆମେରିକା କେତେ ଅସ୍ତ୍ର ପଠାଇଛି?

ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଇରାନ ନିକଟବର୍ତ୍ତୀ ମଧ୍ୟପ୍ରାଚ୍ୟକୁ ତାର ବିମାନ ବାହକ ୟୁଏସଏସ ଆବ୍ରାହମ ଲିଙ୍କନ ପଠାଇସାରିଛି। ଏହା ସହିତ, ତିନୋଟି ଗାଇଡେଡ୍-ମିସାଇଲ୍ ବିଧ୍ୱଂସକ, ୟୁଏସଏସ ଫ୍ରାଙ୍କ ଇ. ପିଟରସନ ଜୁନିଅର, ୟୁଏସଏସ ମାଇକେଲ ମର୍ଫି ଓ ୟୁଏସଏସ ସ୍ପ୍ରୁଆନ୍ସ - ଆରବ ସାଗରକୁ ପଠାଯାଇଛି। ପ୍ରାୟ ୫,୭୦୦ ଅନ୍ୟ ସର୍ଭିସ ମେମ୍ବର ଆମେରିକୀୟ ବିମାନ ବାହକ ସହିତ ପହଞ୍ଚିଛନ୍ତି। ତିନୋଟି ଉପକୂଳବର୍ତ୍ତୀ ଯୁଦ୍ଧ ଜାହାଜ, ୟୁଏସଏସ୍ ସାଣ୍ଟା ବାର୍ବାରା, ୟୁଏସଏସ୍ କ୍ୟାନବରା ଓ ୟୁଏସଏସ୍ ତୁଲସା ମଧ୍ୟ ନିୟୋଜିତ ହୋଇ ରହିଛି। ଇରାନ ଦ୍ୱାରା ରଖାଯାଇଥିବା ସମୁଦ୍ର ମାଇନ୍ ଚିହ୍ନଟ ଏବଂ ନଷ୍ଟ କରିବା ପାଇଁ ଆମେରିକା ଏହି ଜାହାଜଗୁଡ଼ିକୁ ନିୟୋଜିତ କରିଛି। ଏହି ସମୟରେ, ୟୁଏସ୍ କେନ୍ଦ୍ରୀୟ କମାଣ୍ଡ ସୋସିଆଲ ମିଡିଆରେ ଘୋଷଣା କରିଛି ଯେ ବାୟୁସେନା ‘ଏଫ୍-୧୫ଇ’ ଷ୍ଟ୍ରାଇକ୍ ଇଗଲ୍ସ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ନିୟୋଜିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe