କନକ ବ୍ୟୁରୋ: ଭାରତକୁ ‘ଟାରିଫ୍‌ର ମହାରାଜା’ ବୋଲି ଅଭିହିତ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ । ନୂଆଦିଲ୍ଲୀ ରୁଷିଆରୁ ତୈଳ ଆମଦାନୀ ଜାରି ରଖି ଏକ ‘ଲାଭଜନକ ଯୋଜନା’ ଚଳାଉଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଆଗାମୀ ସପ୍ତାହରେ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶାସ୍ତିମୂଳକ ଟାରିଫ୍ ଲାଗୁ ହେବ ବୋଲି ସେ ଆଶା କରୁଥିବା କହିଛନ୍ତି । ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା କହିଛନ୍ତି, ୨୦୨୨ ଫେବ୍ରୁଆରିରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପୂର୍ବରୁ ଭାରତ ପ୍ରାୟ ରୁଷିଆରୁ ତୈଳ କିଣୁ ନଥିଲା । ଏହା ତାଙ୍କ ଆବଶ୍ୟକତାର ପ୍ରାୟ ଏକ ପ୍ରତିଶତ ଥିଲା ।

Advertisment

ଏବେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେମାନଙ୍କୁ ତୈଳର ଆବଶ୍ୟକତା ନାହିଁ। ଏହା ଏକ ରିଫାଇନିଂ ଲାଭ ଯୋଜନା । ଏହାଦ୍ବାରା ରୁଷକୁ ଲାଭ ମିଳୁଛି । ଅଗଷ୍ଟ ୨୭ ତାରିଖରେ ଭାରତ ଉପରେ ଟାରିଫ୍ ଲାଗୁ ଉପରେ ସାମ୍ବାଦିକଙ୍କ ପ୍ରଶ୍ନରେ ପିଟର ନାଭାରୋ କହିଛନ୍ତି, ମୁଁ ଦେଖୁଛି ଏହା ଘଟୁଛି । ତେବେ ଭାରତ ରୁଷିଆରୁ ତୈଳ କିଣିବା ଜାରି ରଖିବ ବୋଲି ସଙ୍କେତ ଦେବା ପରେ ଆମେରିକା ପକ୍ଷରୁ ଏଭଳି ଭାରତକୁ କଡ଼ା ସମାଲୋଚନା କରାଯାଇଛି । ଆମେରିକାର ୫୦ ପ୍ରତିଶତ ଟାରିଫ୍ ଯୋଗୁ ଭାରତ ସରକାର ରୁଷିଆ ସହିତ ଦୀର୍ଘଦିନର ବନ୍ଧୁତ୍ୱକୁ ପୁନର୍ବାର ଦୋହରାଇଛନ୍ତି । ଏଥିସହ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ବୀ ଚୀନ୍ ସହ ଉତ୍ତେଜନା କମାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଚୀନ ଓ ଭାରତ ଏସିଆର ଅର୍ଥନୈତିକ ବିକାଶର ଡବଲ ଇଞ୍ଜିନ ବୋଲି କହିଛି ବେଜିଂ । ଏଥିସହ ଆମେରିକାର ଟାରିଫକୁ ସମାଲୋଚନା କରିଛନ୍ତି ।

ରାଗ ଶୁଝାଉଛି ଆମେରିକା
ରୁଷ୍‌ରୁ ତେଲ କିଣିବାକୁ ରାଗ ଶୁଝାଉଛି ଆମେରିକା
ରୁଷ୍‌ରୁ ତେଲ କିଣିବା ନେଇ ଭାରତର ନିଷ୍ପତ୍ତିରେ ଆମେରିକା କ୍ଷୁବ୍ଧ
ଭାରତକୁ ସମାଲୋଚନା କଲେ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା
କହିଲେ, ଭାରତ ହେଉଛି ଟାରିଫ୍‌ର ମହାରାଜା
ଦିଲ୍ଲୀକୁ ରୁଷ୍‌ ତେଲର ଆବଶ୍ୟକତା ନାହିଁ
ପୂର୍ବରୁ ଭାରତ ପ୍ରାୟ ରୁଷ୍‌ରୁ ତୈଳ କିଣୁ ନଥିଲା
ଏହା ତାଙ୍କ ଆବଶ୍ୟକତାର ପ୍ରାୟ ଏକ ପ୍ରତିଶତ ଥିଲା
ଏବେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି
ହେଲେ କ୍ରୁଡ୍‌ ଅଏଲ୍‌ କିଣି ରିଫାଇନିଂ କରି ଉଠାଉଛି ଲାଭ
ଆସନ୍ତା ସପ୍ତାହରୁ ଲାଗୁ ହେବ ୫୦ ପ୍ରତିଶତ ଟାରିଫ୍‌