କନକ ବ୍ୟୁରୋ : ଭାରତରେ ନବନିଯୁକ୍ତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍‌ ତାଙ୍କ ପ୍ରଥମ ମୁମ୍ବାଇ ଗସ୍ତ କରିଛନ୍ତି । ଏହି ଅବସରରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏବଂ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ଆଲୋଚନା ଗଠନମୂଳକ ରହିଛି ବୋଲି ଗୋର୍‌ କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ମହାରାଷ୍ଟ୍ର ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଗୋର୍‌ ଫଡ଼ନାବିସ୍‌ଙ୍କ ସହ ଆଲୋଚନା କରିଛନ୍ତି । 

Advertisment

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହିତ ‌ଗୋର୍‌ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଆମେରିକାର ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ମତ ବିନିମୟ କରିଛନ୍ତି । ଚନ୍ଦ୍ରଶେଖରନଙ୍କ ସହ ତାଙ୍କର ଆଲୋଚନା ଗଠନମୂଳକ ଥିଲା ବୋଲି ସେ ପୋଷ୍ଟ୍‌ କରିଛନ୍ତି । ସଂପ୍ରତି ଭାରତ-ଆମେରିକା ଶୁଳ୍କ ବିବାଦ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । ଅନ୍ୟପକ୍ଷରେ ଏଭଳି ପୃଷ୍ଠଭୂମିରେ ଭାରତୀୟ କଂପାନି ସହ ଆମେରିକା ରାଷ୍ଟ୍ରଦୂତଙ୍କ ଆଲୋଚନା ଶିଳ୍ପ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ଅଧିକ ପଢ଼ନ୍ତୁ---ଗର୍ଭାବସ୍ଥାରେ ପାରାସିଟାମଲ୍ ନିରାପଦ, ଅଟିଜିମ୍‌ର କୌଣସି ବିପଦ ନାହିଁ" ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ନୂତନ ଅଧ୍ୟୟନ