କନକ ବ୍ୟୁରୋ: ୟୁରିଆ ସାର ପାଇଁ ଲମ୍ବା ଧାଡ଼ି । ଏବେ ଧାନ ଗଛ ପାଇଁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ସାରର ଅଭାବ ଚାଷୀକୁ ଚିନ୍ତାରେ ପକାଇଛି । ସରକାର ସମବାୟ ସମିତି ମାଧ୍ୟମରେ ସାର ଯୋଗାଉ ନାହାନ୍ତି । ଚାଷୀ ୟୁରିଆ ସାର ପାଇଁ କେତେବେଳେ ରାଜ ରାସ୍ତାରେ ତ କେତେବେଳେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି । ସାର ପାଇଁ ଚାଷୀ ସକାଳ ୬ ଟା ରୁ ଆସି ଗୋଦାମ ସମ୍ମୁଖରେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାକୁ କମ୍‌ ସାର ଆସିଥିବାରୁ ଏପରି ସମସ୍ୟା ଦେଖା ଦେଇଛି । ମାତ୍ର ୫୫୦ ବସ୍ତା ସାର ଆସିଥିବା ବେଳେ ହଜାର ହଜାର ଚାଷୀ ସାର ପାଇଁ ଧାଡିରେ ଛିଡା ହୋଇଛନ୍ତି ।