ମହାନଦୀରେ ମିଶୁଛି କଟକ ସହରର ଆବର୍ଜନା; ପ୍ରଦୂଷିତ ହେଉଛି ଜଳ, ସଫେଇ ପ୍ରତି ନିଘା ନାହିଁ

Advertisment

ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଠାରେ ଆସି ସମୟ ଅତିବାହିତ କରିଥାନ୍ତି । ହେଲେ ମହାନଦୀ କୂଳରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା । ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ ଜଳ ।

ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଠାରେ ଆସି ସମୟ ଅତିବାହିତ କରିଥାନ୍ତି । ହେଲେ ମହାନଦୀ କୂଳରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା । ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ ଜଳ ।

Mahanadi River

Mahanadi River Photograph: (Kanak News)

କନକ ବ୍ୟୁରୋ : କଟକର ଅନ୍ୟତମ ମନୋରମ ସ୍ଥାନ ମହାନଦୀ ନଦୀ କୂଳ । ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଠାରେ ଆସି ସମୟ ଅତିବାହିତ କରିଥାନ୍ତି । ହେଲେ ମହାନଦୀ କୂଳରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା । ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ ଜଳ । ଏସବୁ ଦେଖି ବି ଚୁପ୍‌ ପ୍ରଶାସନ ।

କଟକ ସହରର ଅଳିଆ ଆବର୍ଜନା ସବୁ ମହାନଦୀରେ ମିଶୁଛି । କିନ୍ତୁ ସଫା ହେବାର ନାଁ ଗନ୍ଧ ନାହିଁ । ମହାନଦୀ ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ଏହା କୂଳରେ ଭୋଜି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ହେଲେ ପରିତାପର ବିଷୟ ମହାନଦୀ କୂଳ ସଫେଇ ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ । ଏକଦା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ମାତାଙ୍କୁ ମହାନଦୀ କୂଳ ଆକର୍ଷିତ କରୁଥିଲା । ହେଲେ ଏବେ ସେ ପରିବେଶ ନାହିଁ । ପାଣିରେ ଗୋଡ଼ ବୁଡ଼ାଇବାକୁ ବି ଲୋକେ ନାକ ଟେକୁଛନ୍ତି ।

ଅଧିକ ପଢ଼ନ୍ତୁ : ମହାନଦୀରୁ ପାଣି ଶୋଷିବାକୁ ଷଡଯନ୍ତ୍ର : ବେଆଇନ ଭାବେ କରାଯାଉଛି ବ୍ଲାଷ୍ଟିଂ

କଟକର ଚହଟା ଘାଟ, ମକରାକୁଡ଼ିଆ, ପାର୍କ ତୁଠ, ଅଲେଖ ଟୁଙ୍ଗି ଗଡ଼ା, ହାତୀଗଡ଼ା ତୁଠ, ଯୋବ୍ରା ତୁଠର ପରିବେଶ ଆବର୍ଜନାମୟ ହୋଇପଡ଼ିଛି । ଅନ୍ୟପଟେ ତୁଳସୀପୁର, କମଳାକାନ୍ତ ବିଦ୍ୟାପୀଠ, ରେଳପୋଲ, ଶିଖରପୁର, ଗାନ୍ଧୀପଲ୍ଲୀ, ନେହରୁପଲ୍ଲୀ, ଭଦିମୂଳ, କହ୍ନେଇପୁର, ଗତିରାଉତପାଟଣା, ଆୟତ୍ତପୁର ଓ ଜଗତପୁର ଶିଳ୍ପାଞ୍ଚଳ ଆଦି ଏକାଧିକ ସ୍ଥାନର ଆବର୍ଜନା ପାଣି ମହାନଦୀରେ ମିଶୁଥିବାରୁ ମହାନଦୀ ପାଣି ପ୍ରଦୂଷିତ ହେଉଛି ।

ଓଡ଼ିଶାର ଅନ୍ୟତମ ଐତିହ୍ୟ ମହାନଦୀ ଜଳ କେବେ ପ୍ରଦୂଷଣମୁକ୍ତ ହେବ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe