ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’; ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ମିଳିବ ଫାଇଦା

Advertisment

ଆରମ୍ଭ ହେଲା ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’ । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ ‘ସହଯୋଗ’।

ଆରମ୍ଭ ହେଲା ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’ । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ ‘ସହଯୋଗ’।

14fgm h

Photograph: (kanaknews)

କନକ ବ୍ୟୁରୋ : ଆରମ୍ଭ ହେଲା ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’ । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ଆୟୁଷ୍ମାନ କାର୍ଡ, ଭିନ୍ନକ୍ଷମ ପରିଚୟପତ୍ର, ସୁଭଦ୍ରା, ଶ୍ରମ କାର୍ଡ, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି ଭଳି ୧୩ଟି ଯୋଜନାକୁ ସାମିଲ କରାଯାଇଛି । ଆଗାମୀ ଦିନରେ ଏଥିରେ ଆହୁରି ଅନେକ ଯୋଜନା ସାମିଲ କରାଯିବ । ଟାଟା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ ସହଯୋଗରେ ବିଭିନ୍ନ ପୌରାଞ୍ଚଳରେ ଥିବା ଫ୍ରଣ୍ଟଲାଇନ୍ ୱାର୍କରମାନେ ଏନେଇ ସର୍ଭେ କରିବା ସହ ବିଭିନ୍ନ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ କାମ କରିବେ । ଆଜିଠାରୁ ୨ ମାସ ଧରି ଚାଲିବ ଅଭିଯାନ । ଡୋର ଟୁ ଡୋର ସର୍ଭେ କରିବେ ଫ୍ରଣ୍ଟଲାଇନ୍ ୱାର୍କର । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଭଳି ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ ସହଯୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe