କନକ ବ୍ୟୁରୋ: ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷା ପରେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ- ୟୁପିଏସସି ଏହାର ଉତ୍ତର ପ୍ରକାଶ କରିବ। ସତ୍ୟପାଠ ଜରିଆରେ ଏହା ସୁପ୍ରିମକୋର୍ଟଙ୍କୁ ୟୁପିଏସସି ଏହା ଜଣାଇଛି । ପୂର୍ବରୁ ସିଭିଲ୍ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ପରୀକ୍ଷା ଶେଷ ହେବା ପରେ ହିଁ ଉତ୍ତର ପ୍ରକାଶ କରାଯାଉଥିଲା । ଏବେ ପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ ।
ସିଭିଲ୍ ସର୍ଭିସ୍ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଜବାବ ରଖିବା ପାଇଁ ୟୁପିଏସସିକୁ ସୁପ୍ରିମକୋର୍ଟ କହିଥିଲେ। ଗତ ମେ ମାସରେ ଯୁପିଏସସି ଏଥିରେ ଆପତ୍ତି ଦର୍ଶାଇଥିଲା। ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ପ୍ରିଲିମ୍ ପରୀକ୍ଷା ପରେ ଉତ୍ତର ପ୍ରକାଶ କରିବ ବୋଲି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି।