କନକ ବ୍ୟୁରୋ: ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ୍ କରିବା କିଛି ସହଜ ନୁହଁ । କଠିନ ପରିଶ୍ରମ କରି ପରୀକ୍ଷାରେ ବାରମ୍ବାର ହୁଅନ୍ତି ଆଶାୟୀ । ଆଉ ବାରମ୍ବାର ବିଫଳତାର କଷ୍ଟ ସହିନପାରି ଶେଷରେ ଏଥିରୁ ଓହରି ଯାଆନ୍ତି କିମ୍ବା ବିଫଳତାରେ ହିସି ହୋଇ ମାନସିକ ଭାରସାମ୍ୟ ହରାଇ ଅବାଟକୁ ବାଛି ନିଅନ୍ତି । କିନ୍ତୁ ଏଭଳି ବି କିଛି ଉଦାହରଣ ରହିଛି ଯେଉଁଠି ଆଶାୟୀ ବାରମ୍ବାର ବିଫଳ ହେବା ପରେ ବି ନିଜର ଲକ୍ଷ୍ୟରେ ଅଡ଼ି ରୁହନ୍ତି । ସଫଳତା ପାଇବା ଯାଏଁ ଚେଷ୍ଟା ଜାରି ରଖନ୍ତି । ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ମୁମ୍ବାଇର ମୋହମ୍ମଦ୍ ହୁସେନ୍ । 

Advertisment

ଅଧିକ ପଢ଼ନ୍ତୁ : ଆଇଆଇଟି ବମ୍ବେର ହଷ୍ଟେଲରୁ ୫ ଜୀବନ୍ତ କାର୍ଟ୍ରିଜ୍ ଜବତ : ବିହାର ସହ ରହିଛି ଲିଙ୍କ୍

ମୁମ୍ବାଇର ବାଡି ବନ୍ଦର ଅଣଓସାରିଆ ଗଳି ବସ୍ତି । ଏ ଘରକୁ ଦେଖିଲେ ବୁଝିପାରୁଥିବେ  । ଉପରେ କେଇଟା ଛୋଟ ରୁମ୍ । ଉପରକୁ ଚଢ଼ିବାକୁ ଆଇରନ୍ ଷ୍ଟେୟାର । ସେଇ ବଖରାରେ ବାପା, ମାଆ, ପୁଅ, ଝିଅ ସମସ୍ତେ । ତା ଭିତରେ ଖିଆପିଆ, ପାଠପଢ଼ା ସବୁକିଛି । କାରଣ ମୁମ୍ବାଇରେ ଘରଟେ ନେଇ ରହିବା ଭାରି କଷ୍ଟ । ବାପା ଡକୟାର୍ଡରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ମନରେ ତାଙ୍କର ଇଚ୍ଛା ଥିଲା ପୁଅ ମହମ୍ମଦ କେମିତି ଭଲ ସ୍କୁଲରେ ପଡ଼ିବ , ନିଜ ଗୋଡ଼ରେ ଛିଡ଼ା ହେବ । ଅନେକ କଷ୍ଟ କରି ପୁଅକୁ ଡୋଙ୍ଗରି ସେଣ୍ଟ ଜୋସେଫ୍ ସ୍କୁଲ ଓ ପରେ ମୁମ୍ବାଇର ନାମୀ ଋକ୍ଷକ୍ଟ୍ରଷସଦ୍ଭଗ୍ଦଗ୍ଧକ୍ଟଦ୍ଭ କଲେଜରେ ପଢ଼ାଇଲେ, ଯେଉଁଠୁ ସେ ଗ୍ରାଜୁଏସନ୍ ଶେଷ କଲେ । ଏହାପରେ ପୁଅକୁ ହାକିମ୍ କରିବାକୁ ଅଣ୍ଟା ଭିଡ଼ିଲେ । ଏଥିପାଇଁ ତାଙ୍କୁ କୋଚିଙ୍ଗରେ ଦେଲେ । ହେଲେ ବାରମ୍ବାର ବିଫଳ ହେଲେ ମୋହମ୍ମଦ । ତାଙ୍କ ଧୈର୍ୟ୍ୟକୁ ବି ମାନିବାକୁ ପଡ଼ିବ । ଏତେ ଅଭାବ ଅନାଟନ ଭିତରେ ବି ବାପାଙ୍କ ଇଚ୍ଛାକୁ ନିଜ ଲକ୍ଷ୍ୟ କରିଥିବା ମୋହମ୍ମଦ ହାର୍ ମାନିନଥିଲେ। । ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ତାଙ୍କର ବି ଜିଦ୍ । ୪ ଥର ବିଫଳ ହେବା ପରେ ପଞ୍ଚମ ଚେଷ୍ଟାରେ ସଫଳତା ପାଇ ଟଚଝଉରେ ୫୭୦ ରାଙ୍କ ପାଇଲେ ।  ଏହାପରେ ଜଣେ ଓଜଝ ଅଫିସର ଭାବେ ନିଯୁକ୍ତି ପାଇଲେ । ପୁଅର ସଫଳତାରେ ବାପାଙ୍କ ଖୁସି ଦେଖିବାର ଥିଲା । ଗୋଟେ ବସ୍ତିରୁ ଯାଇ ଟଚଝଉ କ୍ରାକ୍ କରିବା କିଛି କମ୍ କଥା ନୁହେଁ । ହେଲେ ଏହାକୁ ସତ କରି ଦେଖାଇଲେ ମୋହମ୍ମଦ । 

ଟିକେ ଟିକେ କଥାରେ ହାର୍ ମାନି ନିଜ ଭାଗ୍ୟକୁ ନିନ୍ଦୁଥିବା ଯୁବକ ଯୁବତୀଙ୍କ ପାଇଁ ମୋହମ୍ମଦ ହେଉଛନ୍ତି ବଡ଼ ଉଦାହରଣ । ମଣିଷ ଗରିବ ହୋଇ ସିନା ଜନ୍ମ ହୁଏ କିନ୍ତୁ ଗରିବ ହୋଇ ବଞ୍ଚିବା , କି ମରିବା ପାଇଁ ନୁହେଁ । ଏଥିପାଇଁ ଉପରବାଲା ମଣିଷକୁ ବୁଦ୍ଧି ଦେଇଛନ୍ତି, ଏଥିରେ ଧୈର୍ୟ୍ୟ ଏବଂ ପରିଶ୍ରମ କଲେ ହେଲା, ଯାହା ମାତ୍ର କେଇଜଣ କରନ୍ତି ଆଉ ଉଦାହରଣ ସୃଷ୍ଟି କରନ୍ତି, ଯେଉଁମାନଙ୍କ ଭିତରେ ମୋହମ୍ମଦ ହୁସେନ୍ ହେଉଛନ୍ତି ଜଣେ ।