କନକ ବ୍ୟୁରୋ: ଭାରତର ’ସ୍ଲିପ୍ ଚାମ୍ପିଅନ୍ ଅଫ୍ ଦି ଇୟର’ ଟାଇଟଲ୍ ଜିତିଛନ୍ତି ପୁଣେର ପୂଜା ମାଧବ । ଫର୍ଣ୍ଣିଚର ବ୍ରାଣ୍ଡ୍ ୱେକଫିଟ୍ ପକ୍ଷରୁ ବେଙ୍ଗାଳୁରୁରେ ଆୟୋଜିତ ୬୦ ଦିନିଆ ନିଦ ଇଣ୍ଟନସିପରେ ପ୍ରତିଯୋଗିତା ଜିତି ସେ ଏହି ଟାଇଟଲ ଜିତିଛନ୍ତି । ୧୫ ଜଣ ଚୂଡାନ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

Advertisment

 ପ୍ରତି ରାତି ପାଖାପାଖି ୯ ଘଣ୍ଟା ଧରି ଶୋଇ ସେ ୯.୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ଭାରତରେ ବଢ଼ୁଥିବା ନିଦ୍ରାଭାବ ଉପରେ ସଚେତନତା ସୃଷ୍ଟି କରିବା ଥିଲା ଏହି ଇଣ୍ଟନସିପର ଉଦ୍ଦେଶ୍ୟ । ସ୍ଲିପ୍ ଇଣ୍ଣନସିପର ଏହା ଥିଲା ଚତୁର୍ଥ ସଂସ୍କରଣ । ୧ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏହି ସଂସ୍କରଣ ପାଇଁ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚୟନ କରାଯାଇଥିଲା । ସମସ୍ତଙ୍କୁ ୱେକ୍ ଫିଟର ଗଦି ପ୍ରଦାନ କରାଯାଇଥିଲା  । ପ୍ରତି ରାତିରେ  ସେମାନଙ୍କୁ ନିଦ୍ୟା ଅଭ୍ୟାସ ଉପରେ ନଜର ରଖିବାକୁ ଏକ କଣ୍ଟାକ୍ଟଲେସ୍ ସ୍ଲିପ୍ ଟ୍ରାକର ଦିଆଯାଇଥିଲା ।

ଇଣ୍ଟନସିପ ସମୟରେ ପ୍ରତିଯୋଗୀମାନେ ନିଦ୍ରା ବୃଦ୍ଧିକାରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଉତ୍ତମ ନିଦ୍ରା ଅଭ୍ୟାସର ପ୍ରେତ୍ସାହନ ଲାଗି ଦୈନିକ ଚ୍ୟାଲେଞ୍ଜ ମଧ୍ୟ ସ୍ଥିର ହୋଇଥିଲା । ପ୍ରତିଯୋଗୀଙ୍କୁ କିଛି ମଜାଦାର କାମ ଦିଆଯାଇଥିଲା। ଆଖିରେ ଅନ୍ଧପୁଟୁଳି  ବାନ୍ଧି ବିଛଣା ପ୍ରସ୍ତୁତ କରିବା, ଆଲାର୍ମ ଘଡ଼ି ଖୋଜିବା ଏବଂ ଶେଷରେ ସେମାନଙ୍କ ଶୃଙ୍ଖଳା ଓ ଧୈର୍ଯ୍ୟ ପରୀକ୍ଷା ଲାଗି ନିଦ୍ରା ଅବକାଶ ଦିଆଯାଇଥିଲା । ପୂଜା ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ୯୧. ୩୬ ସ୍କୋର କରି ଏହି ଟାଇଟଲର ହକଦାର ବନିଛନ୍ତି ।