କନକ ବ୍ୟୁରୋ : ପ୍ରକାଶ ପାଇଛି ସର୍ବଭାରତୀୟ ପ୍ରଶାସନିକ ସେବା ବା ସିଭିଲ ସର୍ଭିସ ୨୦୨୫ର ଫଳାଫଳ। ଚଳିତ ବର୍ଷ ମୋଟ ୯୫୮ଜଣ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଥିବାବେଳେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ। ସମଗ୍ର ଭାରତରେ ପ୍ରଥମ ସ୍ଥାନ ଏଆଇଆର୧ ଅଧିକାର କରି ଶୀର୍ଷରେ ରହିଛନ୍ତି ଅନୁଜ। ସେପଟେ ଓଡ଼ିଶା ଭୁବନେଶ୍ବରର ସାତ୍ବିକ ସତ୍ୟକାମ ୧୦୦ ରାଙ୍କରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।
କଠିନ ପରିଶ୍ରମ, ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ଅସମ୍ଭବ ବି ସମ୍ଭବ ହୋଇପାରିବ। ଏ କଥା ପ୍ରମାଣିତ କରି ଦେଖାଇଛନ୍ତି ଭୁବନେଶ୍ବରର ସାତ୍ବିକ ସତ୍ୟକାମ। ଥରେ କି ଦୁଇ ଥର ନୁହେଁ, ଷଷ୍ଠ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ସତ୍ୟକାମ। ସର୍ବଭାରତୀୟ ସ୍ତରରେ ୧୦୦ ତମ ରାଙ୍କ ରଖି ଓଡିଶା ପାଇଁ ଗର୍ବ ଆଣିଛନ୍ତି ସାତ୍ଵିକ ସତ୍ୟକମ ଦେବତା। ନିଜ ଶେଷ ପ୍ରୟାସରେ ଏହି ସଫଳତା ହାତେଇଛନ୍ତି ସାତ୍ବିକ।
ଅଧିକ ପଢ଼ନ୍ତୁ :ସିଭିଲ ସର୍ଭିସ ପରୀକ୍ଷା: କେତେ ଗୁରୁତ୍ୱପୂର୍ଣ୍ଣ କୋଚିଂ?
ସେହିପରି ପୁରୀର ଅମ୍ରିତ ମହାପାତ୍ର ତାଲିକାର ୧୨୧ ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୟୁପିଏସସି ଉତୀର୍ଣ୍ଣ ହେବା ପରେ ପରିବାରରେ ଖୁସିର ଲହରି ଖେଳି ଯାଇଛି। ଅମ୍ରିତ ୨୦୨୪ ଓଏଏସ୍ ପରୀକ୍ଷାରେ ୪୨ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ତାଙ୍କ ପ୍ରକୃତ ଲକ୍ଷ୍ୟଥିଲା ଭାରତୀୟ ପ୍ରଶାସନିକ ସେବା। ତେବେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ଲୁହ ଛଳ ଛଳ ଆଖିରେ ଅମ୍ରିତ କହିଛନ୍ତି, ଏହା ବର୍ଷ ବର୍ଷର ପରିଶ୍ରମର ଫଳ।
ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବୈଦେଶିକ ସେବା ( ଆଇଏଫଏସ୍), ଭାରତୀୟ ପୋଲିସ ସେବା ( ଆଇପିଏସ୍) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି।
Follow Us