କନକ ବ୍ୟୁରୋ : ଆପ୍ ବିଧାୟକଙ୍କୁ ବ୍ୟାରିକେଡ୍ ଲଗାଇ ଗୃହରେ ବାରଣ, ବିଧାନସଭା ସମ୍ମୁଖରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ନିଲମ୍ବିତ ହୋଇଥିବା ୨୧ବିଧାୟକ ଗୁରୁବାର ଗୃହକୁ ପ୍ରବେଶ ଉଦ୍ୟମକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି। ଦିଲ୍ଲୀ ପୁଲିସ ଓ ଆପ୍ ବିଧାୟକ ମୁହାଁମୁହିଁ ହୋଇଛନ୍ତି, ଏହାକୁ ବିରୋଧ କରି ଆତିଶୀ ମାର୍ଲେନାଙ୍କ ନେତୃତ୍ବରେ ଦଳର ବିଧାୟକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୃହକୁ ଆପ୍ ବିଧାୟକଙ୍କୁ ବାରଣ କରାଯିବା ଗଣତନ୍ତ୍ରକୁ ହତ୍ୟା କରିବା ସହ ସମାନ। ବିଜେପି ନେତୃତ୍ବରେ ଦିଲ୍ଲୀରେ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଥିବା ଆପ୍ ଅଭିଯୋଗ କରିଛି ।
ବିଧାନସଭା ଭଳି ପବିତ୍ର ଗୃହରେ ଆପ୍ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିକୁ କଦାପି ପ୍ରଶୟ ଦିଆଯିବନାହିଁ। ବିଗତ ୧୦ ବର୍ଷରେ ଆମ୍ ଆଦମୀ ପାର୍ଟିର ସରକାର ବିଜେପି ବିଧାୟକ ମାନଙ୍କୁ କିଭଳି ବ୍ୟବହାର କରୁଥିଲେ ତାହା ମନେପକାଇବା ଉଚିତ୍ । ଏଭଳି ତମାମ ହିସାବ ଗଣାଇ ଆମ୍ ଆଦମୀ ପାର୍ଟିକୁ ଆଇନା ଦେଖାଇଛନ୍ତି ବିଜେପିର ମନ୍ତ୍ରୀ ଓ ବିଧାୟକ। ଜୟଭୀମ ନାରା ପକାଇବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆପର ବିଧାୟକ ମାନଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା। ଏଭଳି ନିଷ୍ପତ୍ତିକୁ ଗଣତନ୍ତ୍ର ବିରୋଧୀ କହିଛି ଆପ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/27/xh0Qy8MGNXIXDf7CkKFr.jpg)