ପଶ୍ଚିମବଙ୍ଗରେ ପଶୁ ପାଲଟିଲା ମଣିଷ । ଗର୍ଭବତୀ ହାତୀକୁ ନିଆଁ ଗୋଳା ଫିଙ୍ଗି କଲେ ହତ୍ୟା ।

Advertisment

ପଶ୍ଚିମବଙ୍ଗରେ ମାନବିକତାର ମହାମୃତ୍ୟୁ ମଣିଷର ଦୁଷ୍କର୍ମ ପରେ ମାଈ ହାତୀକୁ ହତ୍ୟା କଲେ

Updated On

ପଶ୍ଚିମବଙ୍ଗରେ ମାନବିକତାର ମହାମୃତ୍ୟୁ ମଣିଷର ଦୁଷ୍କର୍ମ ପରେ ମାଈ ହାତୀକୁ ହତ୍ୟା କଲେ

ଅଦ୍ୟତନ ହୋଇଛି
elephant

କନକ ବ୍ୟୁରୋ: ପଶୁ ହେଲେ ବି ମଣିଷ ମାଆ ପରି ସେ ମଧ୍ୟ ସ୍ୱପ୍ନ ଦେଖିଥିଲା, ତା’ ସ୍ନେହଭରା ଶୁଣ୍ଢରେ କୁଣ୍ଡରୁ ପାଣି ଆଣି ତା’ ଛୁଆକୁ ଗାଧେଇ ଦେଇଥାନ୍ତା । ଜଙ୍ଗଲ ଭିତରେ ଜଙ୍ଗଲୀ ଖାଦ୍ୟ ଖୁଆଇ ତା’ କୁନି ହାତୀ ଛୁଆକୁ କେତେ ଗେଲ ବସର କରିଥାନ୍ତା, ହେଲେ ରାକ୍ଷସରୂପୀ ମଣିଷମାନେ ଆଜି ମୃତ୍ୟୁର ମଶାଲରେ ଗର୍ଭବତୀ ହାତୀକୁ ମାରିଦେଇଛନ୍ତି, ଚିକ୍ରାର କରୁଥିଲେ ତା’ ପେଟରେ ନିଆଁ ପିଣ୍ଡୁଳାକୁ ଫିଙ୍ଗି ନେଇ ଯାଇଛନ୍ତି ଦୁଇ ଦୁଇଟି ଜୀବନ । ଦୁନିଆ ଦେଖିବା ପୂର୍ବରୁ ମାଈ ହାତୀର ଗର୍ଭ ଭିତରେ ହିଁ ଆଖି ବୁଜିଦେଇଛି ଛୁଆ ହାତୀ । 


ପଶ୍ଚିମବଙ୍ଗ ଝାଡ଼ଗ୍ରାମର ଏ ଦୃଶ୍ୟ ମଣିଷପଣିଆର ମହାମୃତ୍ୟୁର ମୂକସାକ୍ଷୀ ପାଲଟିଛି । ହାତରେ ମଶାଲ ନିଆଁ ଧରିଥିବା ଏମାନେ ହେଉଛନ୍ତି ଜଣେ ଜଣେ ହାତୀର ହତ୍ୟାକାରୀ, ଜଙ୍ଗଲ ଛାଡ଼ି ଭୁଲରେ ଜନବସତିମୁହାଁ ହୋଇଥିବା ହାତୀ ପଲକୁ ଘଉଡ଼ାଇବା ବଦଳରେ ହାତୀକୁ ହତ୍ୟା କରିଛନ୍ତି ପଶ୍ଚିବଙ୍ଗ ଝାଡ଼ଗ୍ରାମର ନରହନ୍ତାମାନେ । 

ମଣିଷଙ୍କ ଭଳି ସେମାନେ କଥା କହିପାରନ୍ତିନି, କି ଆମଭଳି ସଂସ୍କାର, ଶିକ୍ଷିତ ସମାଜରେ ସେମାନେ ବଢ଼ିନାହାନ୍ତି, ଜଙ୍ଗଲ ଭିତରେ ଜନ୍ମ-ମୃତ୍ୟର ଜୀବନ ଜିଉଁଥିବା ଜଙ୍ଗଲୀ ପଶୁ ହେଉଛନ୍ତି ସେମାନେ । ତାଙ୍କର ଭୁଲ୍ ଏତିକି ଆମେ ତାଙ୍କ ଜଙ୍ଗଲଆଡକୁ ଧିରେ ଧିରେ ମାଡ଼ି ଯାଉଛେ, ଆଉ ସେମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି । ଆଉ ସେତିକିବେଳେ ଯିଏ ତାଙ୍କ ସାମ୍ନାରେ ବିପଦ ଲାଗୁଛି ତାଙ୍କ ଉପରକୁ ଆକ୍ରମଣ କରିଦେଉଛନ୍ତି, କେହି କିଛି ବୁଝିବା ପୂର୍ବରୁ ମଣିଷ-ପଶୁ ଭିତରେ ହେଉଛି ମହାଯୁଦ୍ଧ, ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ପଶୁର ପ୍ରାଣ ଯାଉଛି । 

ଝାଡ଼ଗ୍ରାମରେ ହୋଇଥିବା ଗର୍ଭବତୀ ହାତୀ ହତ୍ୟାର ଦୃଶ୍ୟ କେରଳର କରୁଣ କାହାଣୀକୁ ମନେପକାଇଦେଇଛି । ୪ ବର୍ଷ ତଳେ ଯେମିତି ମାଈ ହାତୀକୁ ବିସ୍ଫୋରକ ଖୁଆଇ ସ୍ଥାନୀୟ ଲୋକମାନେ ହତ୍ୟା କରିଥିଲେ ଠିକ୍ ସେମିତି ପଶ୍ଚିମବଙ୍ଗ ଝାଡ଼ଗ୍ରାମବାସୀ ବିଶ୍ୱାସରେ ବିଷ ଦେଇଛନ୍ତି । 

ସବୁଠାରୁ ଦୁଃଖଦ କଥା ହେଲା, ଆଉ କିଛିଦିନ ପରେ ଆମେ ଗଜାନନଙ୍କ ଆବାହନ କରିବା କିନ୍ତୁ ତା’ପୂର୍ବରୁ ଗଜରାଜଙ୍କୁ ହିଁ ଏକାଠି ହୋଇ ହତ୍ୟା କରିବାକୁ ପଛାଇଲେନି । କେରଳର ସେ ଚିକ୍ରାରକୁ ୪ ବର୍ଷ ନପୂରୁଣୁ ପଶ୍ଚିମବଙ୍ଗରୁ ଆସିଲା ପଶୁ ହତ୍ୟାର ଏଭଳି ବିକଳ ଚିତ୍ର । ସୋସିଆଲ ମିଡ଼ିଆରେ ପଶୁପ୍ରେମୀଠୁ ଆରମ୍ଭ କରି ଦେଶବାସୀ ସଭିଏଁ ଏଭଳି ଘଟଣାକୁ ନେଇ କଡ଼ା ନିନ୍ଦା କରୁଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି କିନ୍ତୁ ମତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠ ଭଳି ମଣିଷ ପଶୁ ପାଲଟିବାକୁ ପଛାଉନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe