କନକ ବ୍ୟୁରୋ: ବିଧାନସଭାରେ ବିଜେଡିର ହଙ୍ଗାମା । ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଚାଷୀଙ୍କ ସାର ସମସ୍ୟାକୁ ନେଇ ଗର୍ଜିଛି ବିଜେଡି । ବିଜେଡିର ବିଧାୟକମାନେ ଆଜି ପୋଡିୟମ୍ ତଳେ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିବା ସହିତ ହୋହଲ୍ଲା କରିଥିଲେ । ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ତେବେ ଗତକାଲି କଂଗ୍ରେସର ହାଇଡ୍ରାମା ପରେ ଆଜି ବିଧାନସଭାରେ ଗର୍ଜିଛି ବିଜେଡି । ପ୍ରଶ୍ନକାଳ ମଧ୍ୟ ଠିକ୍ ଭାବେ ଚାଲିପାରିନି । ଦ୍ୱିତୀୟ ଦିନରେ କେବଳ ୪ ମିନିଟ୍ ଚାଲିପାରିଛି ବିଧାନସଭା ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା କଥା, ଚାଷୀ ସାର ସମସ୍ୟା ନେଇ ଅସୁବିଧାରେ ଅଛନ୍ତି । ହେଲେ ଏନେଇ ବିଧାନସଭାରେ ଆଲୋଚନା ହେଉନି । ତେଣୁ ବିଜେଡି ଏନେଇ ପ୍ରତିବାଦ କରୁଛି । ସେପଟେ ଆଜି ଗୃହରେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ କରିବା ପରେ ବି ବିଜେଡି ବିଧାୟକମାନେ ଶୁଣିନଥିଲେ, ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନେ ପ୍ରତିବାଦ ଜାରି ରଖିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/19/odisha-assembly-2025-09-19-10-49-22.jpg)