କନକ ବ୍ୟୁରୋ : ୟୁପିଆଇକୁ ନେଇ ଏବେ ନୂଆ ନିୟମ ଲାଗୁ ହେବାକୁ ଯାଉଛି , ଯାହାର ପ୍ରଭାବ ଅନେକ ଗ୍ରାହକଙ୍କ ଉପରେ ପଡ଼ିବ। ଯଦି ଆପଣ ଅନଲାଇନ୍‌ ପେମେଣ୍ଟ୍ ପାଇଁ ଅଧିକାଂଶ ସମୟରେ ଫୋନ୍‌ ପେ ’ , ଗୁଗଲ ପେ ’ ଏବଂ ପେଟିଏମର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ୟୁପିଆଇ ପେମେଣ୍ଟ୍ ପାଇଁ ଭାରତୀୟ ରାଷ୍ଟ୍ରୀୟ ଭୁଗତାନ ନିଗମ (ଏନପିସିଆଇ)ର ନୂଆ ନିୟମକୁ ଜାଣିବା ଆବଶ୍ୟକ ।

Advertisment

ସୂଚନା ଅନୁସାରେ ଏନପିସିଆଇ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ୟୁପିଆଇ ଫିଚର୍ସ ମଧ୍ୟରୁ ପିଅର ଟୁ ପିଅର  ଟ୍ରାଞ୍ଜାକ୍ସନକୁ ହଟାଇଦେବ । ଏହି ଫିଚରର ବ୍ୟବହାର ୟୁପିଆଇ ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଟଙ୍କା ପଠାଇବା ପାଇଁ କରାଯାଏ । ୟୁଜର୍ସ ସିକ୍ୟୁରିଟିକୁ ମଜବୁତ କରିବା ଏବଂ ଆର୍ଥିକ ଠକେଇକୁ କମ କରିବା ପାଇଁ ଏହି ଫିଚର ୧ ଅକ୍ଟୋବର ୨୦୨୫ରୁ ୟୁପିଆଇ ଆପ୍ସରୁ ହଟାଇ ଦିଆଯିବ । ଜାଣନ୍ତୁ , ଏହି ନିୟମ ୟୁଜର୍ସଙ୍କୁ କିପରି ପ୍ରଭାବିତ କରିବ ।

ୟୁପିଆଇ ପେମେଣ୍ଟର ଏହି ନିୟମ କ'ଣ ?

୨୯ ଜୁଲାଇର ଏକ ସର୍କୁଲାରରେ ଏନପିସିଆଇ କହିଛି ଯେ ୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ୟୁପିଆଇ P2P କଲେକ୍ଟକୁ ୟୁପିଆଇରେ ପ୍ରୋସେସ୍‌ କରିବାକୁ ଅନୁମତି ଦିଆଯିବ ନାହିଁ । ଏହାର ଅର୍ଥ ବ୍ୟାଙ୍କ ଏବଂ ପେମେଣ୍ଟ ଆପ୍ସରୁ 'କଲେକ୍ଟ ରିକ୍ୱେଷ୍ଟ' ସର୍ଭିସ ପୁରା ହଟାଇ ଦିଆଯିବ । P2P ସର୍ଭିସର ଉପଯୋଗ ଅନ୍ୟ ୟୁପିଆଇ ଆପ ୟୁଜର୍ସଙ୍କୁ ଟଙ୍କା ପଠାଇବା ପାଇଁ କରାଯାଏ । ଯେଉଁଥିରେ ତାଙ୍କୁ ଟଙ୍କା ଟ୍ରାନ୍ସଫର କରିବା କିମ୍ବା ବିଲ ପେମେଣ୍ଟ କରିବା ପାଇଁ ମନେ ପକାଇ ଦିଆଯାଏ । 

ଫ୍ରଡ୍‌ ରୋକିବା ପାଇଁ ଆସୁଛି ଏହି ନିୟମ

ଅଧିକାଂଶ ସମୟରେ ଦେଖାଯାଇଛି ଯେ ଚିଟର୍ସ ୟୁଜର୍ସଙ୍କୁ ଫେକ୍‌ ୟୁପିଆଇ ରିକ୍ୱେଷ୍ଟ ପଠାଇ, ଏମରଜେନ୍ସିର ନାଁରେ ଟଙ୍କା ମଗାଇ ନେଉଛନ୍ତି । ଯେଉଁ କାରଣରୁ ଏନପିସିଆଇ ଏହି ନିଷ୍ପତ୍ତି ନେଇଛି କି ଏହି ଫିଚର୍ସକୁ ବନ୍ଦ କରି ଦିଆଯାଉ । ଯାହାଦ୍ୱାରା ଫ୍ରଡ୍‌ ହେବାରୁ ଲୋକଙ୍କୁ ବଞ୍ଚାଯାଇ ପାରିବ । ପୂର୍ବରୁ P2P ଲେଣଦେଣର ସୀମା ୨,୦୦୦ ଟଙ୍କା ଥିଲା । ଏହାଦ୍ୱାରା ଠକେଇର ଅନେକ ମାମଲାରେ ହ୍ରାସ ଘଟିଛି, କିନ୍ତୁ ଏହା ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ପର୍ଯ୍ୟାପ୍ତ ନଥିଲା ।

ଏବେ କେବଳ ଏହି ଉପାୟରେ ହିଁ ପଠାଯାଇପାରିବ ଟଙ୍କା

ଏହି ଫିଚର ବନ୍ଦ ହୋଇଯିବା ପରେ ଏବେ ଆପଣ ଟଙ୍କା ପଠାଇବା ପାଇଁ ୧ ଅକ୍ଟୋବରରୁ ୟୁପିଆଇ ପିନର ବ୍ୟବହାର କରି କ୍ୟୁଆର କୋଡ କିମ୍ବା ସମ୍ପର୍କ ନମ୍ବରର ଉପଯୋଗ କରିବାକୁ ହେବ । ଅନ୍ୟ କୌଣସି ମାଧ୍ୟମରେ ୟୁପିଆଇ ପେମେଣ୍ଟ ହେବନାହିଁ । ଏହି ନୂଆ ୟୁପିଆଇ ପେମେଣ୍ଟ ନିୟମ ଫ୍ଲିପକାର୍ଟ, ଆମାଜନ, ସ୍ୱିଗି ଏବଂ ଆଇଆରସିଟିସି ଭଳି ବ୍ୟାପାରୀଙ୍କ  ଟ୍ରାଞ୍ଜାକ୍ସନକୁ ପ୍ରଭାବିତ କରିବ ନାହିଁ । ଏହି ପ୍ଲାଟଫର୍ମକୁ ଭୁଗତାନ ପୁରା କରିବା ପାଇଁ ଏକ କଲେକ୍ସନ ରିକ୍ୱେଷ୍ଟ ସେୟାର କରିବାକୁ ଅନୁମତି ରହିବ ।