କନକବ୍ୟୁରୋ : ୟୁପିଆଇକୁ ନେଇ ଆସିଲା ବଡ ଖବର , ଏବେ ଭିସାକୁ ଅତିକ୍ରମ କରିଛି ୟୁପିଆଇ । ଯାହା ସମସ୍ତଙ୍କୁ ଚକିତ କରିଛି । ଆଉ ସବୁଠୁ ବଡ କଥା ହେଉଛି ଏହା ଏହା ଦୈନିକ ୬୫ କୋଟିରୁ ଅଧିକ କାରବାର ପ୍ରକ୍ରିୟାକରଣ କରି ଏହି ସଫଳତା ପାଇଛି । ବାସ୍ତବ ସମୟ ପେମେଣ୍ଟ ବ୍ୟବସ୍ଥାରେ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଭିସାକୁ ଅତିକ୍ରମ କରିଛି ସ୍ବଦେଶୀ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ।
ନିତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ମାତ୍ର ୯ ବର୍ଷ ଭିତରେ ଏହି ମାଇଲଖୁଣ୍ଟ ହାସଲ ୟୁପିଆଇର ଦ୍ରୁତ ଗ୍ରହଣୀୟତା ଓ ଅଭିବୃଦ୍ଧିକୁ ଦର୍ଶାଉଛି । ଭାରତରୁ ବିଶ୍ଵ ପର୍ଯ୍ୟନ୍ତ ଡିଜିଟାଲ୍ ପେମେଣ୍ଟର ନେତୃତ୍ବ ନେଉଛି ୟୁପିଆଇ ବୋଲି ସେ କହିଛନ୍ତି ।
ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଭାରତ ଏକ ନମ୍ବର ସ୍ଥାନ ହାସଲ କରିଛି। ୨୦୧୬ରେ ଆରମ୍ଭ କରାଯାଇଥିବା ୟୁପିଆଇ ଦ୍ରୁତ ଗତିରେ ଗ୍ରହଣୀୟ ହୋଇଛି। ଏହାର ପ୍ରଭାବରେ ପାରମ୍ପରିକ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ବ୍ୟବହାର କମ୍ ହୋଇଥିବା ଆଇଏମ୍ଏଫ୍ ଜଣାଇଥିଲା । ୟୁପିଆଇକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିବା ସ୍ଵାଧୀନ ସଂସ୍ଥା ନ୍ୟାସନାଲ୍ ହେଇଛନ୍ତି । ମାତ୍ର ୯ ବର୍ଷ ଭିତରେ ଏହି ପରିଚାଳିତ ହେଉଥିବା ସ୍ଵାଧୀନ ସଂସ୍ଥା ନ୍ୟାସନାଲ୍ , ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ଅତ୍ୟନ୍ତ ଚମତ୍କାର । ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଏହା ହେଉଛି ଅନ୍ୟତମ ଉଲ୍ଲେଖନୀୟ ସଫଳତା ନାଗରିକଙ୍କ ଜୀବନରେ ରୂପାନ୍ତରଣ ଆଣିଛି ।
ୟୁପିଆଇର ଦୈନିକ କାରବାର ୬୫୦.୨୬ ନିୟୁତ ରହିଥିବା ବେଳେ ଭିସାର ୬୩୯ ନିୟୁତ ରହିଛି । ଭିସା ବିଶ୍ଵର ୨୦୦ରୁ ଅଧିକ ଦେଶରେ ଥିବା ବେଳେ ୟୁପିଆଇ ମାତ୍ର ୭ଟି ଦେଶରେ ରହିଛି। ଏହା ସତ୍ତ୍ବେ ଭିସାକୁ ୟୁପିଆଇ ଅତି ସହଜରେ ଅତିକ୍ରମ କରିପାରିଛି । ନିକଟରେ ଆଇଏସ୍ଏଫ୍ ଏକ ରିପୋର୍ଟରେ ଜଣାଇଥିଲା । ଯେ ଦ୍ରୁତ ପେମେଣ୍ଟରେ , ୟୁପିଆଇ ଦୈନିକ କାରବାର ୬୫୦ ନିୟୁତରୁ ଅଧିକ କାରବାର ହୋଇଛି , ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପରିଚାଳନା କରୁଛି ।
ମୋବାଇଲ୍ ପ୍ଲାଟଫର୍ମ ଲାଗି ଏହି ଆନ୍ତଃ-ବ୍ୟାଙ୍କ ପେମେଣ୍ଟ୍ ବ୍ୟବସ୍ଥା ବିକାଶ କରାଯାଇଛି । ପ୍ରତି ମାସରେ ଏହା ୧୮୦୦ କୋଟିରୁ ଅଧିକ କାରବାରର ପ୍ରକ୍ରିୟା କରଣ କରୁଥିବା ବେଳେ ଭାରତର ସବୁଠୁ ପ୍ରଭାବଶାଳୀ ଇଲେକ୍ଟ୍ରୋନିକ୍ସ ରିଟେଲ୍ ପେମେଣ୍ଟ୍ ବ୍ୟବସ୍ଥାରେ ପରିଣତ ହୋଇଛି ।