କନକ ବ୍ୟୁରୋ :  ୟୁପିଆଇ ବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ମାଧ୍ୟମରେ ଟଙ୍କା ନେଣଦେଣ କରିବା ଅତି ସହଜ ହୋଇଛି । ସାରା ବିଶ୍ୱ ତୁଳନାରେ ଏହାର ସର୍ବାଧିକ ବ୍ୟବହାର ଭାରତରେ କରାଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଏଥିରେ ସେବା ଦେୟ ଦେବାକୁ ପଡୁନାହିଁ । ଭାରତରେ ବିଶେଷ କରି ଗୁଗୁଲ୍  ପେ ଓ ଫୋନ ପେ ନାମରେ ଦୁଇଟି କମ୍ପାନି ମାଧ୍ୟମରେ ୟୁପିଆଇ କାରବାର ସର୍ବାଧିକ ହେଉଛି । ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇଟି କମ୍ପାନି ଗ୍ରାହକ ବା ଉପଭୋକ୍ତାଙ୍କୁ ମାଗଣାରେ ସେବା ଯୋଗାଇ ଆସୁଥିବା ବେଳେ ଗତବର୍ଷ ଅର୍ଥାତ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି କମ୍ପାନି  ୫ ହଜାର ୬୫ କୋଟି ଟଙ୍କା ଲାଭ କରିଛନ୍ତି । କଥା ଉଠୁଛି ଯେ ମାଗଣା ସେବା ଯୋଗାଉଥିବା ଏହି ଦୁଇଟି କମ୍ପାନି  କିଭଳି ଭାବେ ଏତେ ଟଙ୍କା ଲାଭ କରିଛନ୍ତି ।

Advertisment

ଆଇଏସ୍ ବିସିର ଫାଉଣ୍ଡିଂ  ପାର୍ଟନର ମୃଣାଳ ଝାବେରୀ ଲିଙ୍କଡିନରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଗୁଗୁଲ୍  ପେ ଓ ଫୋନ ପେର ରେଭିନ୍ୟୁ ମଡ଼େଲ ବାବଦରେ ବିସ୍ତାର କରିଛନ୍ତି । ସେ କହିଛନ୍ତି କି ଏହି ଦୁଇଟି କମ୍ପାନି ଛୋଟ ଛୋଟ ଦୋକାନୀମାନଙ୍କ ଠାରୁ ସର୍ବାଧିକ ଲାଭ ଉଠାଉଛନ୍ତି । ଦୋକାନରେ ଲାଗିଥିବା ଭଏସ ଅପରେଟିଂ ମେସିନରୁ ଏମାନେ ବିଶେଷ ଲାଭ ଉଠାଇଥାନ୍ତି । ଆପଣମାନେ ୟୁପିଆଇରେ ଟଙ୍କା ପ୍ରଦାନ କରିବା ପରେ ଦୋକାନରୁ ଯେଉଁ ସ୍ୱର ଶୁଣାଯାଏ ଫୋନ ପେରେ ୧୦୦ ଟଙ୍କା ପ୍ରାପ୍ତ ହେଲା ସେହି ମାଧ୍ୟମରେ ଏହି ଦୁଇ କମ୍ପାନି ଦୋକାନୀମାନଙ୍କ ଠାରୁ ମାସିକ ୧୦୦ ଟଙ୍କା ଆଦାୟ କରିଥାନ୍ତି । ଦେଶରେ ୩୦ ଲକ୍ଷରୁ ଅଧିକ ଦୋକାନରେ ଏହି ଭଏସ ମେସିନ ଲାଗିଛି । ଯେଉଁଥିରୁ ଏହି ଦୁଇ କମ୍ପାନି ମାସିକ ୩୦ କୋଟି ଓ ବାର୍ଷିକ ୩୬୦ କୋଟି ଟଙ୍କା ଆଦାୟ କରିଥାନ୍ତି ।

ଅନ୍ୟ ରୋଜଗାରର ପନ୍ଥା ହେଉଛି ସ୍କ୍ରାଚ୍ କାର୍ଡ । ଯେଉଁଥିରେ ଗ୍ରାହକଙ୍କୁ ୧୨ ଟଙ୍କାର କ୍ୟାସବ୍ୟାକ ବା କୁପନର ଲୋଭ ଦେଖାଯାଇଥାଏ । ଏଥିରେ ଗ୍ରାହକ ଖୁସି ନଥାନ୍ତି କେବଳ ବ୍ରାଣ୍ଡସ ପାଇଁ ବିଜ୍ଞାପନର ଏକ ଚାଲାକ ମାଧ୍ୟମ ଅଟେ ।   ବ୍ରାଣ୍ଡସ ଗୁଡିକ ନିଜର ପ୍ରଚାର ପାଇଁ ଏସବୁ କାର୍ଡ ପାଇଁ ୟୁପିଆଇ କମ୍ପାନିଙ୍କୁ ଦେୟ ଦେଇଥାନ୍ତି । ଏହା ଗୁଗୁଲ୍  ପେ ଓ ଫୋନ ପେକୁ ଲାଭ ଦେଇଥାଏ ।

ଏସବୁ କମ୍ପାନିମାନେ ୟୁପିଆଇର ବିଶ୍ୱସନିୟତାକୁ ସଫ୍ଟୱେର ଏ-ଏ ସେବାକୁ ପରିବର୍ତ୍ତନ କରିଛି । ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଜିଏସଟି ସହାୟତା, ଇନଭଏସ ମେକର ଓ କ୍ଷୂଦ୍ର ଋଣ ଭଳି ସୁବିଧା ପ୍ରଦାନ କରିଥାନ୍ତି ।  ୟୁପିଆଇର ମୂଳ ଢାଞ୍ଚ କେବଳ ଏକ ଆକର୍ଷଣ, ହେଲେ ମୁଖ୍ୟ ଲାଭ ସଫ୍ଟୱେର ଓ ଆର୍ଥିକ ସେବାରୁ ଆସୁଛି ।