କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ଦେଇଛି ବାତ୍ୟାର ଅପଡେଟ୍ । ବାତ୍ୟାର ନାଁ ଶକ୍ତି ରଖାଯିବା ସହ ଆରବ ସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟାରେ ଗଭୀର ଘୂର୍ଣ୍ଣି ଝଡ଼ରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି ଏବଂ ଏହା ପଶ୍ଚିମ – ଉତ୍ତରପଶ୍ଚିମ ଦେଇ ଘଣ୍ଟା ପ୍ରତି ୧୨ କିଲୋମିଟର ଗତିର ଗତି କରିବ ବୋଲି କୁହାଯାଇଛି । ଏହା ସହ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ପୁଣି ଦାନା ବାନ୍ଧିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।
ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବା ଆଶଙ୍କା । ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀ ଅଗ୍ରସର ଠାରୁ ଏବେଯାଏଁ ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କଲାଣି । ସେପଟେ ଗତରାତିରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ କ୍ରମଶଃ ଦୁର୍ବଳ ହୋଇ ଅବପାତକୁ ବଦଳିଛି ।