ଛାତ୍ରୀଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରୁଥିଲେ; କଟକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଡିସିପିଙ୍କ ସୂଚନା

କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି । କଟକ ଡିସିପିଙ୍କ ସୂଚନା, ୬ ଅଭିଯୁକ୍ତଙ୍କ ମୋବାଇଲ୍ ସିଜ୍ ହୋଇ ଚାଲିଛି ତଦନ୍ତ  । ବ୍ଲାକମେଲ କରି ଛାତ୍ରୀଙ୍କୁ ବାରମ୍ବାର କରାଯାଇଛି ଦୁଷ୍କର୍ମ ।

36m

କନକ ବ୍ୟୁରୋ: ମାନବିକତାର ସବୁ ସୀମା ଟପିଲେ । ବନ୍ଧୁ ଭାବି ଯାହାକୁ ଭରସା କରିଥିଲେ, ସେହି ବନ୍ଧୁ ପାଲଟିଲା ସଇତାନ । ସାଙ୍ଗ ସହ ମିଶି ନିଜ ପ୍ରେମିକାର ପ୍ରଥମେ କଲେ ଅଶ୍ଲୀଳ ଭିଡିଓ । ପରେ ବ୍ଲାକମେଲ କରି ବାରମ୍ବାର ବାରମ୍ବାର କଲେ ଗଣଦୁଷ୍କର୍ମ । କଟକରୁ ଆସିଥିବା ଏଭଳି ଏକ ଲଜ୍ଜା ଖବର ସାରା ଓଡ଼ିଶାକୁ ସ୍ତବ୍ଧ କରିଛି। 

ଦଶହରା ସମୟରୁ ଛାତ୍ରୀଙ୍କ ସହ ଅସଦାଚରଣ ହୋଇଛି । ଆଉ ଗତ ୪ ତାରିଖରେ ଥାନାରେ ଏତଲା ହେବା ପରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ବଡ଼ କଥା ହେଉଛି ଏଥିରେ ତାଙ୍କ ପୁରୁଷ ବନ୍ଧୁଙ୍କର ରହିଛି ହାତ । ଅଭିଯୁକ୍ତମାନେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ ଏବଂ ବାରଙ୍ଗର ସୌମ୍ୟ । ସମସ୍ତଙ୍କ ଫୋନ୍ ଜବତ କରି ସାଇଣ୍ଟିଫିକ୍ ଯାଞ୍ଚ ପାଇଁ ପଠାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe