କନକ ବ୍ୟୁରୋ: ମାନବିକତାର ସବୁ ସୀମା ଟପିଲେ । ବନ୍ଧୁ ଭାବି ଯାହାକୁ ଭରସା କରିଥିଲେ, ସେହି ବନ୍ଧୁ ପାଲଟିଲା ସଇତାନ । ସାଙ୍ଗ ସହ ମିଶି ନିଜ ପ୍ରେମିକାର ପ୍ରଥମେ କଲେ ଅଶ୍ଲୀଳ ଭିଡିଓ । ପରେ ବ୍ଲାକମେଲ କରି ବାରମ୍ବାର ବାରମ୍ବାର କଲେ ଗଣଦୁଷ୍କର୍ମ । କଟକରୁ ଆସିଥିବା ଏଭଳି ଏକ ଲଜ୍ଜା ଖବର ସାରା ଓଡ଼ିଶାକୁ ସ୍ତବ୍ଧ କରିଛି।
ଦଶହରା ସମୟରୁ ଛାତ୍ରୀଙ୍କ ସହ ଅସଦାଚରଣ ହୋଇଛି । ଆଉ ଗତ ୪ ତାରିଖରେ ଥାନାରେ ଏତଲା ହେବା ପରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ବଡ଼ କଥା ହେଉଛି ଏଥିରେ ତାଙ୍କ ପୁରୁଷ ବନ୍ଧୁଙ୍କର ରହିଛି ହାତ । ଅଭିଯୁକ୍ତମାନେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ ଏବଂ ବାରଙ୍ଗର ସୌମ୍ୟ । ସମସ୍ତଙ୍କ ଫୋନ୍ ଜବତ କରି ସାଇଣ୍ଟିଫିକ୍ ଯାଞ୍ଚ ପାଇଁ ପଠାଯାଇଛି।