କନକ ବ୍ୟୁରୋ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏବେବି ବାହାରେ ବୁଲୁଛି ଆଉ ଜଣେ ଅଭିଯୁକ୍ତ । ତାକୁ ତୁରନ୍ତ ତୁରନ୍ତ ଗିରଫ କରାଯାଉ । ଗଣମାଧ୍ୟମ ସାମ୍ନାକୁ ନଆସି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର । ଫେରାର୍ ଅଭିଯୁକ୍ତର ଘର ଜଗତସିଂପୁର ଅଞ୍ଚଳରେ । ଏହି ଘଟଣାରେ ପୂର୍ବରୁ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେପଟେ ଏହି ସମ୍ବେଦନଶୀଳ ଘଟଣାରେ କାହିଁକି ବିଳମ୍ବରେ ଏତଲା ରୁଜୁ ହେଲା, କାହିଁକି ଗୋଟିଏ ପରେ ଗୋଟିଏ ଥାନା ବୁଲିଥିଲେ ପୀଡ଼ିତା, ସେନେଇ ପୋଲିସ ଡିଜିଙ୍କୁ ଭେଟିଥିଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ମହିଳାଙ୍କ ସୁରକ୍ଷା ସହ ପୋଲିସ ଉପରେ ଲୋକଙ୍କ ଭରସା ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସୋଫିଆ ଦାବି କରିଥିଲେ ।
ବାହାରେ ବୁଲୁଛି ଆଉ ଜଣେ ଅଭିଯୁକ୍ତ; କଟକ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଅଭିଯୋଗ
କଟକ ଗଣ ଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରଙ୍କ ବଡ଼ ଅଭିଯୋଗ । ଏବେ ବି ଫେରାର ଆଉ ଜଣେ ଅଭିଯୁକ୍ତ ।ଗଣମାଧ୍ୟମ ସାମ୍ନାକୁ ନଆସି ତୁରନ୍ତ ଗିରଫ କରିବାକୁ ଦାବି ।