କନକ ବ୍ୟୁରୋ : ଚଳିତ ବର୍ଷ ଦୀପାବଳିରେ ଦର୍ଶକଙ୍କୁ ହରର, କମେଡି, ଆକ୍ସନ ଏବଂ ରୋମାନ୍ସର ଫୁଲ୍ ଡୋଜ୍ ମିଳିବାକୁ ଯାଉଛି । ଦୀପାବଳି ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ଟକ୍କର ହେବାକୁ ଯାଉଛି କାରଣ ସିନେପ୍ରେମୀଙ୍କ ପାଇଁ ପ୍ରେକ୍ଷାଳୟକୁ ଆସୁଛି ଜବରଦସ୍ତ ବଲିଉଡ୍ ଏବଂ ଟଲିଉଡ୍ ଚଳଚ୍ଚିତ୍ର । ଏଥିମଧ୍ୟରୁ କିଛି ସିନେମାକୁ ଚାତକ ପରି ଚାହିଁ ରହିଛନ୍ତି ପ୍ରଶଂସକ ।  

ଥାମା : 

Advertisment

ମାଡକ ହରର କମେଡି ୟୁନିଭର୍ସର ପରବର୍ତ୍ତୀ ଚଳଚ୍ଚିତ୍ର 'ଥାମା' ୨୦୨୫ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ନୱାଜୁଦ୍ଦିନ ସିଦ୍ଦିକି ଏବଂ ପରେଶ ରାୱଲ ମଧ୍ୟ 'ଥାମା'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଦେଖାଯିବେ । ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇସାରିଛି ଏବଂ ବର୍ତ୍ତମାନ ଦର୍ଶକ ଚଳଚ୍ଚିତ୍ରର ରିଲିଜକୁ ଅପେକ୍ଷା କରିଛନ୍ତି । ହରର ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର 'ଥାମା'କୁ ଆଦିତ୍ୟ ସରପୋଟଦାର ନିର୍ଦ୍ଦେଶନା ଦେଉଛନ୍ତି ।

ଏକ ଦିୱାନେ କି ଦିୱାନିୟତ :

'ଥାମା' ବକ୍ସ ଅଫିସରେ 'ଏକ ଦିୱାନେ କି ଦିୱାନିୟତ' ଚଳଚ୍ଚିତ୍ର ସହିତ ଟକ୍କର ଦେବ । ହର୍ଷବର୍ଦ୍ଧନ ରାଣେ ଏବଂ ସୋନମ ବାଜୱା ଅଭିନୀତ ଏହି ରୋମାଣ୍ଟିକ ଚଳଚ୍ଚିତ୍ର ପୂର୍ବରୁ ଅକ୍ଟୋବର ୨ ରେ ମୁକ୍ତିଲାଭ କରିବାକୁ ଥିଲା । କିନ୍ତୁ 'ଏକ ଦିୱାନେ କି ଦିୱାନିୟତ' ବର୍ତ୍ତମାନ ଦୀପାବଳିରେ ଅକ୍ଟୋବର ୨୧ ରେ ବଡ଼ ପରଦାରେ ଆସିବ । ଚଳଚ୍ଚିତ୍ରର ଟିଜର ଏବଂ ଅନେକ ଗୀତ ସାମ୍ନାକୁ ଆସିଛି ଯାହା ଦର୍ଶକଙ୍କୁ ବହୁତ ଉତ୍ସାହିତ କରିଛି । ୨୦୨୫ ଦୀପାବଳିରେ ଅନେକ ଦକ୍ଷିଣ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବ ।

କିରଣ ଅବ୍ବାବରମ ଏବଂ ଯୁକ୍ତି ଥରେଜା ଅଭିନୀତ ଚଳଚ୍ଚିତ୍ର 'କେ-ରାମ୍ପ' ମଧ୍ୟ ଦୀପାବଳିରେ ମୁକ୍ତିଲାଭ କରୁଛି । ଜୈନ୍ସ ନାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅବ୍ବାବରମ ଏବଂ ଥରେଜା ଭଳି ତାରକାମାନେ ମଧ୍ୟ ଅଛନ୍ତି । ତାମିଲ ରୋମାଣ୍ଟିକ ଆକ୍ସନ କମେଡି ଚଳଚ୍ଚିତ୍ର 'ଡୁଡ'କୁ କୀର୍ତ୍ତିଶ୍ୱରନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଦୀପ ରଙ୍ଗନାଥନ, ମାମିଥା ବାଇଜୁ, ଆର୍. ଶରତକୁମାର, ହୃଦୁ ହାରୁନ ଏବଂ ରୋହିଣୀ ମଧ୍ୟ ନଜର ଆସିବେ । କାଠିଙ୍କ ଚଳଚ୍ଚିତ୍ର 'ସର୍ଦାର ୨' ମଧ୍ୟ ଦୀପାବଳିରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରରେ ଅଭିନେତା ଡବଲ୍ ରୋଲରେ ଦେଖାଯିବେ । ଏହାଛଡ଼ା ସୂର୍ଯ୍ୟା ଅଭିନୀତ ଚଳଚ୍ଚିତ୍ର 'କରୁପ୍ପୁ' ମଧ୍ୟ ଦୀପାବଳିରେ ଥିଏଟରରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ତ୍ରିଶା କୃଷ୍ଣନ, ଶିବଦା, ସ୍ୱାସିକା, ଇନ୍ଦ୍ରାନ୍ସ ଏବଂ ଯୋଗୀ ବାବୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ ।