କନକ ବ୍ୟୁରୋ : ଆଉ ଅଳ୍ପ କେତେ ଦିନ ରହିଲା ଅଗ୍ରପୁଜ୍ୟ ଗଜାନନ ଗଣେଶ ପୂଜା, ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲେଣି ସମସ୍ତ ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ କ୍ଲବ, ବଡ଼ ଭିନ୍ନ ଧରଣର ମୂର୍ତ୍ତି ପାଇଁ ଆରମ୍ଭ କଲେଣି ପ୍ରତିଯୋଗିତ, ସୁନ୍ଦର ମୁର୍ତ୍ତୀ ପାଇଁ କାରିଗରଙ୍କୁ ଦେଇଛନ୍ତି ଅଗ୍ରୀମ । ତେବେ ଏହି ମୂର୍ତ୍ତି ଗଢିବା ପାଇଁ ଦିନରାତି ଏକ କରି ଲାଗିଛନ୍ତି ବସ୍ତାର ଦୁଇଭାଇ ସୁକୁମାର ପାଳ ଏବଂ ଭାନୁ ଚରଣ ପାଳ

ଆସୁଛି ପାର୍ବଣ ଋତୁ, ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ ତୋରଣରେ ଝଲସି ଉଠିବ ବିଭିନ୍ନ ମଣ୍ଡପ ଆଉ ଏଥିପାଇଁ ଏବେଠୁ କାରିଗରଙ୍କୁ ମୁର୍ତ୍ତି ଗଢିବା ପାଇଁ ମିଳିଲାଣି ଅର୍ଡର ଅର୍ଡର ପାଇବା ପରେ ସୁନ୍ଦର ସୁନ୍ଦର ମୁର୍ତ୍ତୀ ଗଢିବାରେ ଲାଗି ପଡିଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ମଣିତାପାଳ ଗାଁର ଦୁଇ ଭାଇ ସୁକୁମାର ପାଳ ଏବଂ ଭାନୁ ଚରଣ ପାଳ

ଦୁଇ ଭାଇ ମୁର୍ତ୍ତୀ ଗଢିବା ସହିତ ଆଉ ୧୫ ଜଣଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି ବର୍ଷ ତମାମ ଏହିଠାରେ ସେମାନେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଗଢିଥାନ୍ତି ଗଣେଶ, ବିଶ୍ୱକର୍ମା, ଦୁର୍ଗା, କାଳୀ, କାର୍ତ୍ତିକ ପ୍ରଭୃତି ମୁର୍ତ୍ତୀ ଗଢିଥାନ୍ତି ଏହି ଦୁଇ ଭାଇ ଏହାବାଦ ବିଭିନ୍ନ ଅନୁଷ୍ଠାନକୁ ଯାଇ ମଧ୍ୟ ମୁର୍ତ୍ତୀ ତିଆରି କରିଥାନ୍ତି ତାଙ୍କ ହାତ ତିଆରୀ ଦେବାଦେବୀଙ୍କ ମୁର୍ତ୍ତୀ ସୁନ୍ଦର ଏବଂ ଭିନ୍ନ ଧରଣର ହୋଇଥିବାରୁ ନିଜ ମନପସନ୍ଦର ମୁର୍ତ୍ତୀ ପାଇଁ ବିଭିନ୍ନ ଅନୁଷ୍ଠାନ ଅର୍ଡର ଦେଇଥାନ୍ତି

ଦୁଇ ଭାଇ ତାଙ୍କ କାରଖାନାରେ ଶହ ଟଙ୍କାରୁ ଆରମ୍ଭ କରି ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମୁର୍ତ୍ତୀ ତିଆରି କରି ବିକ୍ରି କରିଥାନ୍ତି ଆଉ ଅଳ୍ପ କିଛି ଦିନ ପରେ ଗଣେଶ ପୁଜା ପଡୁଥିବାରୁ ଦୁଇ ଭାଇ ସୁନ୍ଦର ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି ସେଥିପାଇଁ ଦିନରାତି ଏକ କରି ଦେଇଛନ୍ତି

ଦୁଇ ଭାଇଙ୍କ ହାତ ତିଆରି ମୂର୍ତ୍ତି ବାଲେଶ୍ୱର ସମେତ ମୟୁରଭଞ୍ଜ, ଭଦ୍ରକ, ଯାଯପୁର, କଟକ, ଭୁବନେଶ୍ୱର ଜିଲ୍ଲାକୁ ବିକ୍ରିର ପାଇଁ ଯାଉଛି ସେହିପରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ମଧ୍ୟ ଏଠାରୁ ମୂର୍ତ୍ତି ପାଇଁ ଅର୍ଡର ଆସୁଛି ମୂର୍ତ୍ତି ତିଆରି କରି ଦୈନିକ ଶହରୁ ଶହ ଟଙ୍କା ରୋଜଗାର କରୁଥିବା ବେଳେ ପର୍ବ ପର୍ବାଣୀ ସମୟରେ ଏକ ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ତାଙ୍କ କାରଖାନାରେ କାମ କରୁଥିବା କର୍ମଚାରୀ ମାନେ ଦୈନିକ ଶହରୁ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି ମୂର୍ତ୍ତି ଗୁଡ଼ିକ ଖୁବ ସୁନ୍ଦର ଆକର୍ଷଣୀୟ ହୋଇଥିବା ବେଳେ ବଜାରରେ ମଧ୍ୟ ଚାହିଦା ରହିଛି ପୂର୍ବରୁ ତାଙ୍କ ବାପା ବାବୁ ପାଳ ମୂର୍ତ୍ତି ତିଆରି କରୁଥିବାରୁ ଏହାକୁ କୌଳିକ ବୁର୍ତ୍ତି ଭାବେ ନେଇ ଏହି ମୂର୍ତ୍ତି ତିଆରି କରି ନିଜେ ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ୧୫ ଜଣ କାରିଗରଙ୍କୁ ରୋଜଗାରକ୍ଷମ କରାଇଛନ୍ତି

ଆଗକୁ ପାର୍ବଣ ରୁତୁ ଥିବାବେଳେ ଏହି ବ୍ୟବସାୟରୁ ଭଲ ରୋଜଗାର ମିଳିବ ବୋଲି ଆଶା ରଖିଛନ୍ତି ମୂର୍ତ୍ତି କାରିଗର