କନକ ବ୍ୟୁରୋ: ଚୈତ୍ର ନବରାତ୍ରୀ ନକରିପାରିବାରୁ ଜୀବନ ହାରିଲେ ମହିଳା । ନବରାତ୍ରୀର ପ୍ରଥମ ଦିନ ମାସିକଧର୍ମ ହେବାରୁ ମୃତକ ପୂଜା କରିପ‌ାରିନଥିଲେ । ଏଥିରେ ନିରାଶ ହୋଇ ସେ ବିଷ ପିଇଦେଇଥିବା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଝାନ୍ସିରେ । ମୃତ ମହିଳା ହେଉଛନ୍ତି ପ୍ରିୟାଂଶା ସୋନି।

Advertisment

ସୂଚନା ମୁତାବକ, ୩୬ ବର୍ଷୀୟା ପ୍ରିୟାଂଶା ସୋନି ଚୈତ୍ର ନବରାତ୍ରି ପାଳନ କରିବା ଏବଂ ଦେବୀ ଦୁର୍ଗାଙ୍କ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ୯ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ, ସେ ତାଙ୍କ ସ୍ୱାମୀ ମୁକେଶ ସୋନିଙ୍କୁ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ କହିଥିଲେ । ଦେବୀଙ୍କୁ ଆବାହନ କରିବା ପାଇଁ ସବୁକିଛି ପ୍ରସ୍ତୁତ ଥିଲା । ହେଲେ ମାର୍ଚ୍ଚ ୩୦ ତାରିଖରେ ନବରାତ୍ରୀର ପ୍ରଥମ ଦିନ ପ୍ରିୟାଂଶା ସୋନିଙ୍କ ମାସିକ ଋତୁସ୍ରାବ ହୋଇଥିଲା ଏବଂ ସେ ପୂଜା କରିପାରି ନଥିଲେ । ତାଙ୍କ ପାଇଁ ତାଙ୍କ ସ୍ବାମୀ ପୂଜା କରିଥିଲେ । ପ୍ରିୟାଂଶା ଦୁଃଖିତ ଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝିନଥିଲେ । ଶେଷରେ ହତାଶ ହୋଇ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।