କନକ ବ୍ୟୁରୋ: ଉତ୍ତରପ୍ରଦେଶର ଆମରୋହା ସ୍ଥିତ ଏକ ଘରୋଇ ବିଦ୍ୟାଳୟର ପ୍ରିନ୍ସିପାଲ୍ ଜଣେ ଛାତ୍ରଙ୍କୁ ତାଙ୍କର ଟିଫିନ୍ ବକ୍ସ ପାଇଁ ସ୍କୁଲରୁ ବାହାର କରିଦେବା ଘଟଣା ଏବେ ଖବରରେ । ନର୍ସରୀ ଛାତ୍ର ଜଣକ ତାଙ୍କ ଲଞ୍ଚ୍ ବକ୍ସରେ ଶାକାହାରୀ ଖାଦ୍ୟ ନଆଣି ଅମିଷ ଖାଦ୍ୟ ଆଣିଥିବାରୁ ପ୍ରିନ୍ସିପାଲ୍ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ସୋସିଆଲ ମିଡିଆରେ ଛାତ୍ରଙ୍କ ମା’ଙ୍କ ଦ୍ୱାରା ସୁଟିଂ ହୋଇଥିବା ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ପ୍ରିନ୍ସିପାଲ ଏବଂ ଶିଶୁର ମା’ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଛି। ପ୍ରିନ୍ସିପାଲ କିନ୍ତୁ ନିଜ ଜିଦିରେ ଅଟଳ । ଏପରି ପିଲାକୁ ପାଠନପଢାଇବାକୁ ଅଡି ବସିଛନ୍ତି ।
ପ୍ରିନ୍ସିପାଲ ଅଭିଯୋଗ କରିଛନ୍ତି ଯେ, ଛାତ୍ର ଜଣକ ସମସ୍ତଙ୍କୁ ନନଭେଜ୍ ଖୁଆଇ ସେମାନଙ୍କୁ ଇସଲାମରେ ପରିଣତ କରିବା କଥା କହୁଥିବା ସେ ଶୁଣିଛନ୍ତି । ଯାହା ଅନ୍ୟ ପିଲାଙ୍କ ସ୍ୱଚ୍ଛତାକୁ ନଷ୍ଟ କରିବା ସହ ଅଭିଭାବକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିପାରେ ବୋଲି ପ୍ରିନ୍ସିପାଲ ଅଭିଯୋଗ କରିଛନ୍ତି ।
Follow Us