କନକ ବ୍ୟୁରୋ : ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଏଥିପାଇଁ ରାଜନୈତିକ ପାର୍ଟି ମାନେ ଜୋରସୋର ପ୍ରସ୍ତୁତିରେ ଲାଗିପଡିଛନ୍ତି । ସବୁ ପାର୍ଟି ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଣ୍ଟା ଭିଡିଛନ୍ତି । ଆଉ ପରସ୍ପର ମଧ୍ୟରେ ବୟାନ ବାଜି ମଧ୍ୟ ଚାଲିଛି। ଏଥିରୁ ବାଦ୍ ପଡିନାହାଁନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ସିଧା ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କୁ ।
ଦିଲ୍ଲୀ ସରକାରକୁ ଘେରିଛନ୍ତି ଯୋଗୀ। କହିଛନ୍ତି ପ୍ରୟାଗରାଜ ସଙ୍ଗମରେ ମୁଁ ୫୪ ମନ୍ତ୍ରୀଙ୍କ ସହ ବୁଡ ପକାଇଛି । ଜଣେ ମୁଖ୍ୟମନ୍ତ୍ରୀ ଭାବେ ଯଦି ମୁଁ ମୋ ମନ୍ତ୍ରୀ ମାନଙ୍କ ସହ ସଙ୍ଗମରେ ବୁଡ ପକାଇପାରୁଛି ତେବେ ଆମ ଆଦମି ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓାଲଙ୍କୁ ପଚାରୁଛି କଣ ସେ ବି ଯମୁନା ଯାଇ ନିଜ ମନ୍ତ୍ରୀ ମାନଙ୍କ ସହ ବୁଡ ପକାଇପାରିବେ ? ତେବେ ଯୋଗୀଙ୍କ ଏପରି କହିବାର ଉଦ୍ଦେଶ୍ୟ ଥିଲା ଯେ ଯମୁନା ନଦୀକୁ ଏକ ଅପରିସ୍କାର ନାଳରେ ପରିଣତ କରିଦେଇଛନ୍ତି ଆପ ସରକାର । କିନ୍ତୁ ପ୍ରୟାଗରାଜରେ ଗଙ୍ଗାର ନିରନ୍ତର ପ୍ରବାହ ଚାଲିଛି, ସ୍ବଚ୍ଛ ଆଉ ନିର୍ମଳ ଅଛି ଗଙ୍ଗା, ଏହା କହିଥିଲେ ଯୋଗୀ ଆଦିତ୍ୟନାଥ ।
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କିରାଡି ବିଧାସସଭା ସିଟ୍ ର ବିଜେପି ପ୍ରାର୍ଥୀ ବଜରଙ୍ଗ ଶୁକ୍ଲାଙ୍କ ସମର୍ଥନରେ ଏକ ଜନସଭା ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି ସିଧା ସିଧା ଟାର୍ଗେଟ କରିଥିଲେ କେଜ୍ରିୱାଲଙ୍କୁ। ଆଉ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସମୟରେ ଯମୁନାକୁ ମୁଖ୍ୟ ମୁଦ୍ଦା ବନାଇଥିଲେ । ଖାଲି ଯମୁନା ନୁହେଁ ଦିଲ୍ଲୀର ରାସ୍ତା ରେ ବଡ ବଡ ଖାଲ। ଖାଲରେ ରାସ୍ତା ନା ରାସ୍ତାରେ ଖାଲ ବୋଲି ଆପ୍ କୁ ପ୍ରଶ୍ନ କରି କହିଥିଲେ ଏପରି କଣ ବିକାଶର କାମ କରିଛି ଆପ୍ ? ଆପ ସରକାର ଦିଲ୍ଲୀବାସୀଙ୍କୁ ଭୂଆଁ ବୁଲାଉଛି , ବିକାଶରେ ନାମରେ ଠକି ଚାଲିଛି ଜନତାଙ୍କୁ । ଆପ୍ ର ଗୋଟିଏ କାମ ହେଲା ସକାଳ ହେବା ମାତ୍ରେ ସୋସିଆଲ ମିଡିଆରେ ଟୁଇଟ୍ କରିବା । ପ୍ରେସ କନଫରେନ୍ସ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଉଛି ଆପ୍ । ରୋହିଙ୍ଗ୍ୟାମାନଙ୍କୁ ଦିଲ୍ଲୀରେ ବସତି ସ୍ଥାପନ କରାଉଛି ଆପ୍ ।
ଆହୁରି ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋଟିଏ ସମୟ ଥିଲା ସୁବିଧା ସୁଯୋଗ ପାଇଁ ଲୋକେ ଦିଲ୍ଲୀ ଆସୁଥିଲେ । ମେଟ୍ରୋ ଦେଖିବା ପାଇଁ ଲୋକେ ଦିଲ୍ଲୀ ଆସୁଥିଲେ, ରାସ୍ତା ଦେଖିବା ପାଇଁ ଦିଳ୍ଲୀ ଆସୁଥିଲେ, ସ୍ବାସ୍ଥ୍ୟସେବା ଦେଖିବା ପାଇଁ ଲୋକେ ଦିଲ୍ଳୀ ଆସୁଥିଲେ । କିନ୍ତୁ ଆଜି ନୋଏଡାର ରାସ୍ତା ଦେଖନ୍ତୁ.. ଏପଟେ ଦିଲ୍ଲୀରେ କୁଢ କୁଢ ଅଳିଆ ଗଦା ହୋଇଛି । ଅସ୍ବାସ୍ଥ୍ର୍ୟକର ପରିବେଶ ମଧ୍ୟରେ ଦିଲ୍ଲୀବାସି ନିଶ୍ବାସ ନେଉଛନ୍ତି । ଦିଲ୍ଲୀରେ ଯମୁନାର ଅବସ୍ଥା ସାଙ୍ଘାତିକ । ଏବେ ଲୋକମାନେ ଉତ୍ତର ପ୍ରଦେଶକୁ ଏକ ମଡେଲ ଭାବରେ ଦେଖୁଛନ୍ତି । ଦିଲ୍ଲୀ ସରକାର ଓଖଲା ଅଞ୍ଚଳକୁ ଶିଳ୍ପାଞ୍ଚଳ ତ କରିପାରିଲେନି କିନ୍ତୁ ସେଠାରେ ବାଂଲାଦେଶୀମାନଙ୍କୁ ବସତି ସ୍ଥାପନ କରିବା ପାଇଁ ସୁଯୋଗ ଦେଇଦେଲେ । ଆପ ବିକାଶ ପଥରେ ଏକ ବାଧକ । ଏପରି କହି କେଜ୍ରିୱାଲଙ୍କୁ ସିଧା ସିଧା ନିସାନା ମାରିଛନ୍ତି ଯୋଗୀ ସରକାର ।