ଖୋଲିବ ଡିଏମଏଫ ମହାକେଳେଙ୍କାରୀ: ସତ ସାମନାକୁ ଆଣିବେ ସିଏଜି

Advertisment

ଡିଏମଏଫ ପାଣ୍ଠି ଟଙ୍କା ବ୍ୟାପକ ଭାବେ ହେରଫେର ନେଇ ଲଗାତାର ଭାବେ କନକ ନ୍ୟୁଜରେ ଖବର ପ୍ରସାରଣ କରିଥିଲା। ଅସାଧୁ କର୍ମଚାରୀ, ଠିକାଦାର ମିଶି କେମିତି କୋଟି କୋଟି ଟଙ୍କା ହରିଲୁଟ କରିଛନ୍ତି ଗ୍ରାଉଣ୍ଡଜିରୋରୁ ତାହା ଦେଖାଇଥିଲା କନକ ନ୍ୟୁଜ । ଏବେ ସେହି ମହାକେଳେଙ୍କାରୀର ଖୁଲାସା କରିବ ସିଏଜି। 

ଡିଏମଏଫ ପାଣ୍ଠି ଟଙ୍କା ବ୍ୟାପକ ଭାବେ ହେରଫେର ନେଇ ଲଗାତାର ଭାବେ କନକ ନ୍ୟୁଜରେ ଖବର ପ୍ରସାରଣ କରିଥିଲା। ଅସାଧୁ କର୍ମଚାରୀ, ଠିକାଦାର ମିଶି କେମିତି କୋଟି କୋଟି ଟଙ୍କା ହରିଲୁଟ କରିଛନ୍ତି ଗ୍ରାଉଣ୍ଡଜିରୋରୁ ତାହା ଦେଖାଇଥିଲା କନକ ନ୍ୟୁଜ । ଏବେ ସେହି ମହାକେଳେଙ୍କାରୀର ଖୁଲାସା କରିବ ସିଏଜି। 

ef

କନକ ବ୍ୟୁରୋ: ଡିଏମଏଫ ପାଣ୍ଠି ଟଙ୍କା ବ୍ୟାପକ ଭାବେ ହେରଫେର ନେଇ ଲଗାତାର ଭାବେ କନକ ନ୍ୟୁଜରେ ଖବର ପ୍ରସାରଣ କରିଥିଲା। ଅସାଧୁ କର୍ମଚାରୀ, ଠିକାଦାର ମିଶି କେମିତି କୋଟି କୋଟି ଟଙ୍କା ହରିଲୁଟ କରିଛନ୍ତି ଗ୍ରାଉଣ୍ଡଜିରୋରୁ ତାହା ଦେଖାଇଥିଲା କନକ ନ୍ୟୁଜ । ଏବେ ସେହି ମହାକେଳେଙ୍କାରୀର ଖୁଲାସା କରିବ ସିଏଜି। 

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପି.କେ.ମହାକୁଡ ଆକାଉଂଟସ ଜେନେରାଲ, ଅଡିଟ-୨କୁ  ଲେଖିଥିଲେ ଚିଠି । ଚିଠିରେ କୁହାଯାଇଛି  ଡିଏମଏଫ ଟ୍ରଷ୍ଟ ସମେତ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର  କଲ୍ୟାଣ ଯୋଜନାର କାର୍ୟ୍ୟଦକ୍ଷତା ସମ୍ପର୍କରେ  ସିଏଜିଙ୍କ ଦ୍ବାରା ଅଡିଟ କରାଯିବ ।  ଏଥିପାଇଁ  ଡିଏମଏଫ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ନେଇ  ଏକ ଏଣ୍ଟ୍ରି କନଫରେନ୍ସ ପାଇଁ ଚିଠି କରିଥିଲେ ।..  ଆଉ ଭିଡିଓ କନଫରେନ୍ସିରେ  ଏଂଟ୍ରି କନଫେରନ୍ସ ସରିଛି  । ଆଉ ଖୁବଶୀଘ୍ର ଅଡିଟ ଆରମ୍ଭ ହେବ ।  ବର୍ତ୍ତମାନ କେନ୍ଦୁଝର ଡିଏମଏଫରେ ସିଏଜି ପଶିବା ପରେ ରାଜନୀତି ଜୋର ଧରିଛି । 

ଅସାଧୁ କର୍ମଚାରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକା
ଖବର ଦେଖାଇଥିଲା କନକ ନ୍ୟୁଜ
କେନ୍ଦୁଝର ଜିଲ୍ଲା  ଖଣିଜ ପ୍ରତିଷ୍ଠାନ, ଡିଏମଏଫ ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପରେ  ମାଳମାଳ ଦୁର୍ନୀତି ହୋଇଛି । ଏ ନେଇ କନକ ନ୍ୟୁଜରେ ବାରମ୍ୱାର ଖବର ପ୍ରସାରଣ ହୋଇଥିଲା ।  ଡିଏମଏଫ ଖର୍ଚ୍ଚ କରୁଥିବା ଟଙ୍କାର  ଅଡିଟ କରୁଥିଲେ ବିଭିନ୍ନ ଚାଟାର୍ଟ ଆକାଉଟାଂଟ ଫାର୍ମ ।  ୨୦୧୫-୧୬ ମସିହାରୁ  ଆରମ୍ଭ  ହୋଇଥିବା କେନ୍ଦୁଝର ଡିଏମଏଫର ପରିଚାଳନା  ଦାୟିତ୍ବ ନେଇଛି ‘ଇ ଆଣ୍ଡ ୱାଇ’ । ଡିଏମଏଫ ଖର୍ଚ୍ଚ କରିଥିବା ଟଙ୍କାକୁ ଅସାଧୁ କର୍ମଚାରୀ-ଠିକାଦାର ମିଶି ଚଳୁ କରିଥିବା ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି, 

ସିଏଜି ତଦନ୍ତରେ ଖୋଲିବ କି ଡିଏମଏଫ କାର୍ୟ୍ୟଦକ୍ଷତା?
ଅସାଧୁ କର୍ମଚାରୀ ପାଇବେ କି ଦଣ୍ଡ?
ଠିକାଦାରଙ୍କ ବିରୋଧରେ ହେବ କି କାର୍ୟ୍ୟାନୁଷ୍ଠାନ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe