କନକ ବ୍ୟୁରୋ: ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା। ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଟ୍ବିନସିଟିରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହା ସହ କୁହୁଡି ମଧ୍ୟ ଅନୁଭୂତ ହେଉଛି। ପାଗ ପୁରା କୋହଲା ରହିଛି। ଆଜି ଉପକୂଳ ଓଡ଼ିଶା ଓ ଆଭିନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହା ପରେ ରାଜ୍ୟରେ ପାରଦ ୩ରୁ ୫ ହିଗ୍ରୀ ସେଲସିୟସ୍ ଖସିପାରେ।
ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝିପିଝିପି ବର୍ଷା ଭିତରେ ରାଜ୍ୟରେ ପାରଦ ୩ରୁ ୫ ଡିଗ୍ରୀ ସେଲ୍ସିୟସ୍ ଖସିପାରେ। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରା ଏପରି ରହିପାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/10/iz2oxQqQBYK4vYa7jgPV.jpg)