ଅଦିନିଆ ବର୍ଷାରେ ଭିଜିଲା ରାଜ୍ୟ ; ଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ବର୍ଷା ସମ୍ଭାବନା

ଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାରେ ବର୍ଷା ସମ୍ଭାବନା । ନିମ୍ନଚାପରେଖା ପ୍ରଭାବରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଝିପ ଝିପି ବର୍ଷା । ସକାଳେ ସୃଷ୍ଟି ହେଲା ରାତିର ଭ୍ରମ ।  ପାଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

rain--

rain-- Photograph: (kanakNews)

କନକ ବ୍ୟୁରୋ: ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା। କଟକ, ଭୁବନେଶ୍ବର ସମେତ ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ଲାଗି ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ସକାଳ ୬ଟାରୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ସକାଳୁ ରାତିର ଭ୍ରମ ସୃଷ୍ଟି ହୋଇଛି। ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ଏପରି ବର୍ଷା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe