କନକ ବ୍ୟୁରୋ: ସଫଳ ହେଲାନି EOS-09 ଉପଗ୍ରହର ଉତ୍‌କ୍ଷେପଣ । ତୃତୀୟ ସୋପାନରେ ଉପୁଜିଲା ବାଧା । ବିଫଳତାର କାରଣ ନେଇ ଚାଲିଛି ବିଶ୍ଳେଷଣ । ସୀମା ଓ ଉପକୂଳରେ ନଜର ରଖିଥାନ୍ତା ଉପଗ୍ରହ । ଆଜି ସାକଳ ୫ଟା ୫୯ରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା । ତେବେ ଥାର୍ଡ ଷ୍ଟେଜରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ସଫଳ ହୋଇପାରିଲାନି । 

Advertisment

ଉଭୟ ସ୍ଥଳସୀମା ଓ ଉପକୂଳ ଉପରେ ଏହା ତୀକ୍ଷ୍ଣ ଦୃଷ୍ଟି ରଖିବ । ବିଶେଷକରି ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକ ଉପରେ ଉପଗ୍ରହ ଜରିଆରେ ନଜର ରଖାଯାଇ ପାରିବ । କାରଣ ଏଥିରେ ସି-ବ୍ୟାଣ୍ଡ ସିନ୍‌ଥେଟିକ୍ ରାଡାର ଲାଗିଛି । ଯାହା ହାଇରିଜଲ୍ୟୁସନ ଫଟୋ ଉତ୍ତୋଳନ କରିବାରେ ସକ୍ଷମ । ଏହାସବୁ ପାଗରେ ଫଟୋ ଉଠାଇବାରେ ସକ୍ଷମ । ଏହାସହ ଉଭୟ ଦିନ ଓ ରାତିରେ ମଧ୍ୟରେ ଫଟୋ ଉତ୍ତୋଳନ କରିପାରିବ । ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ପରେ ସୀମାରେ ଅନୁପ୍ରବେଶ ଘଟଣା ପୁଣି ଚିନ୍ତାର ବିଷୟ ପାଲଟିଛି । ଏପରିସ୍ଥିତିରେ EOS-09 ଉପଗ୍ରହ ଉତକ୍ଷେପଣ ପରେ ସୀମା ଉପରେ ଆହୁରି କଡ଼ା ଦୃଷ୍ଟି ରଖାଯାଇଛି । ଏହା ଇସ୍ରୋର ୧୦୧ତମ ଉପଗ୍ରହ ଉତକ୍ଷେପଣ ହେବ ।