ବିଜୁ ଜନତା ଦଳରେ ଅସମ୍ଭାଳ ସ୍ଥିତି । ଭାଗ ଭାଗ ହୋଇ ନେତା କଲେଣି ମେଳି

Advertisment

ଅନ୍ୟପଟେ ସଙ୍ଗଠନ ଆଳରେ ପ୍ରତାପ ଦେବଙ୍କ ବାସଭବନରେ ଦେବୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ନେତା ଏକାଠି ହୋଇଛନ୍ତି । ଦଳୀୟ ନିର୍ବାଚନ ବାହାନାରେ ଦଳରେ ଚାଲିଥିବା କନ୍ଦଳ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଠିକଣା ସମୟରେ ନବୀନ ଠିକ ନିଷ୍ପତି ନେବେ ବୋଲି କହି ବିଜେଡି ଫାଟକୁ ଲୁଚାଇବାକୁ ଭରପୁର ପ୍ରୟାସ କରିଛନ୍ତି। 

ଅନ୍ୟପଟେ ସଙ୍ଗଠନ ଆଳରେ ପ୍ରତାପ ଦେବଙ୍କ ବାସଭବନରେ ଦେବୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ନେତା ଏକାଠି ହୋଇଛନ୍ତି । ଦଳୀୟ ନିର୍ବାଚନ ବାହାନାରେ ଦଳରେ ଚାଲିଥିବା କନ୍ଦଳ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଠିକଣା ସମୟରେ ନବୀନ ଠିକ ନିଷ୍ପତି ନେବେ ବୋଲି କହି ବିଜେଡି ଫାଟକୁ ଲୁଚାଇବାକୁ ଭରପୁର ପ୍ରୟାସ କରିଛନ୍ତି। 

þòKò\i

କନକ ବ୍ୟୁରୋ : ନବୀନଙ୍କ ଅନୁଶାସନର ପରିଧି ଡେଇଁ ବିଜେଡି ନେତା ନିଇତି କରୁଛନ୍ତି ବିସ୍ଫୋରଣ । ଆଉ ଚୁପ୍ ରହିବା ମୁଡରେ କେହି ନାହାନ୍ତି , ପ୍ରତିଷ୍ଠାତା ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା ଆଜି ଘଣ୍ଟା ଘଣ୍ଟା ଧରି ବୈଠକ କରି ବିଜେଡି ସୁପ୍ରିମୋଙ୍କ କଡା ସନ୍ଦେଶ ଦେଇଛନ୍ତି।  ବ୍ରେକଫାଷ୍ଟ ଆଳରେ ନବୀନଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରିଛନ୍ତି । ପାଣ୍ଡିଆନଙ୍କ ପକ୍ଷ ଛେଦନ ପାଇଁ ପ୍ରସ୍ତୁତି ସରିଥିବା ଚର୍ଚ୍ଚା ହେଉଛି । ଏପରିକି ଶଶୀ ବେହେରା କହିଛନ୍ତି, ବାହ୍ୟ ଶକ୍ତିକୁ ଆଦୌ ଛଡାଯିବନି। 

ଅନ୍ୟପଟେ ସଙ୍ଗଠନ ଆଳରେ ପ୍ରତାପ ଦେବଙ୍କ ବାସଭବନରେ ଦେବୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ନେତା ଏକାଠି ହୋଇଛନ୍ତି । ଦଳୀୟ ନିର୍ବାଚନ ବାହାନାରେ ଦଳରେ ଚାଲିଥିବା କନ୍ଦଳ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଠିକଣା ସମୟରେ ନବୀନ ଠିକ ନିଷ୍ପତ୍ତି ନେବେ ବୋଲି କହି ବିଜେଡି ଫାଟକୁ ଲୁଚାଇବାକୁ ଭରପୂର ପ୍ରୟାସ କରିଛନ୍ତି। 


ଦଳର ୟଙ୍ଗ ବ୍ରିଗେଡ ମଂଗଳବାର ଅଂଶୁମାନ ମହାନ୍ତିଙ୍କ ବାସଭବନରେ ଏକାଠି ହେବା ଏହି ଟିମ୍ ଲିଖିତ  ଆଜି ନବୀନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ଯିଏ ଦଳ ବିରୋଧୀ  କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବାକୁ ଦାବି ଜଣାଇଛନ୍ତି। 

ୱାକଫକୁ ନେଇ ବିଜେଡି ବିବାଦକୁ ୬ ଦିନ ବିତିଲାଣି । କିନ୍ତୁ ନବୀନ କାହିଁକି କୌଣସି ନିଷ୍ପତ୍ତି ନେଉନାହାନ୍ତି, ତାକୁ ନେଇ କର୍ମୀ ପ୍ରଶ୍ନ ଉଠାଇଲେଣି। ନବୀନ କାର୍ଯ୍ୟାନୁଷ୍ଠାନ  ନନେବା ପଛରେ କ'ଣ ରହିଛି ବାଧ୍ୟବାଧ୍ୟକତା? ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନବୀନ ନିରବ ନୁହନ୍ତି ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe