କନକ ବ୍ୟୁରୋ : ଗୋଟିଏ ଓଭରରେ ମାରିଲେ ୭ ଚୌକା, ବ୍ୟାଟରୁ ବାହାରିଲା ୨୯ ରନ୍ । ଏଭଳି କାରନାମା କରି ଦେଖାଇଛନ୍ତି ଜଣେ ଭାରତୀୟ ଖେଳାଳୀ । ତାମିଲନାଡୁର ଓପନର୍ ନାରାୟଣ ଜଗଦିଶନ କରିଛନ୍ତି ଏଭଳି ବିରଳ ରେକର୍ଡ । ରାଜସ୍ଥାନରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫିରେ ଗୋଟିଏ ଓଭରରେ ଜଗଦିଶନ କରିଥିଲେ ଗୋଟିଏ ପରେ ଗୋଟିଏ ଚୌକା ବର୍ଷା । ଚେଜ୍ ବେଳେ ଦ୍ବିତୀୟ ଓଭରରେ ଜଗଦିଶନ ମାରିଥିଲେ ୬ଟି ଚୌକା । ପ୍ରଥମ ବଲଟି ୱାଇଡ୍ ସହ ବାଉଣ୍ଡିରୀ ବାହାରକୁ ଚାଲିଯାଇ ଚୌକା ହୋଇଯାଇଥିଲା । ପର ବଲଟିକୁ ଜଗଦିଶନ ଚୌକାରେ ପରିଣତ କରିଥିଲେ । ଏହାପରେ ତାଙ୍କ ବ୍ୟାଟ ପ୍ରତିପକ୍ଷ ବୋଲରଙ୍କ ପ୍ରତି ବଲରେ ଚୌକା ମାରି ମାରି ଚାଲିଥିଲା । ଓଭର ଶେଷ ବେଳରୁ ଜଗଦିଶନ ୬ ବଲରୁ ୬ ଚୌକା ମାରି ସାରିଥିଲେ । ଏଥିସହିତ ୧୦ ଚୌକା ସହ ୬୫ ରନରେ ଆଉଟ ହୋଇଥିଲେ ।
ଗୋଟିଏ ଓଭରରେ ୭ ଚୌକା
ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ କମାଲ୍
କ୍ରିକେଟର ଏନ. ଜଗଦିଶନଙ୍କ ଚୌକା ବର୍ଷା
ଗୋଟିଏ ଓଭରରେ ମାରିଲେ ଲଗାତାର ୬ ଚୌକା
ପ୍ରଥମ ବଲ ୱାଇଡ୍ ହୋଇ ମିଳିଥିଲା ଚୌକା
ଏହାପରେ ଲଗାତାର ୬ ବଲରେ ୬ ଚୌକା ମାରିଥିଲେ ଜଶଦିଶନ
୭ ଚୌକା ସହ ଗୋଟିଏ ଓଭରରୁ ଆସିଥିଲା ୨୯ ରନ୍
ଲିଷ୍ଟ-ଏ କ୍ରିକେଟରେ ଏନ. ଜଗଦିଶନଙ୍କ ରହିଛି ଅନେକ ରେକର୍ଡ
୨୦୨୨ରେ ରୋହିତ ଶର୍ମାଙ୍କ ୨୬୪ ରନର ରେକର୍ଡ ଭାଙ୍ଗିଥିଲେ
ଏକାକୀ ଗୋଟିଏ ଇନିଂସରେ ଜଗଦିଶନ କରିଥିଲେ ୨୭୭ ରନ୍